ପ୍ରଜାପିତା ଵ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ, ନାଚୁଣୀ ଶାଖାର ୨୩ ତମ ବାର୍ଷିକ ଉତ୍ସବ
ଖୋର୍ଦ୍ଧା (ମଣିଭଦ୍ରା ଖବର)ନାଚୁଣୀ ସ୍ଥିତ " ପ୍ରଜାପିତା ଇଶ୍ବରୀୟ ବିଶ୍ବବିଦ୍ୟାଳୟ ର ନାଚୁଣୀ ଶାଖା ର ୨୩ ତମ ବାର୍ଷିକ ଉତ୍ସବ ପରିଚାଳିକା ବ୍ରହ୍ମାକୁମାରୀ ସୈ।ଦାମିନୀ ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମନ୍ତ୍ରିତ ଅତିଥି ଭାବେ ପ୍ରାକ୍ତନ ଚିଲିକା ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ପୂର୍ବତନ ନାଚୁଣୀ ଗୋଦାବରୀଶ ହାଇସ୍କୁଲ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାମନ୍ତସିଂହାର, ଶିଶୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ବାଲୁଗାଁ ଶାଖା ର ପରିଚାଳିକା ଵ୍ରହ୍ମାକୁମାରୀ ସରିତା, ଅନୁସୂୟା ମିଶ୍ର ,ନାଚୁଣୀ ସରପଞ୍ଚ ସ୍ବପ୍ନା°ଜଳି ପଲେଇ, ବାଣପୁର ଵ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗ ଦେଇଥିଲେ। ଏଥିରେ ଆମନ୍ତ୍ରିତ ଅତିଥି ମାନଙ୍କ ସମେତ ସରୋଜିନୀ ମାତାଙ୍କ ସହ କେଦାର ଭାଇ, ଭଗବାନ ଭାଇ, ମେଘନାଦ ଭାଇ, ସୁମିତ୍ରା ଦିଦି, ନୀଳକଣ୍ଠ ଭାଇ, ରଶ୍ମି ଭଉଣୀ, ଵଵି , ପ୍ରହଲ୍ଲାଦ, ସୁରେନ୍ଦ୍ର, ଅଖିଳ ଓ ସ°ଗ୍ରାମ ଭାଇଙ୍କ ସହ ଉପସ୍ଥିତ ସମାଜ ର ବିଭିନ୍ନ ବର୍ଗ ର ବ୍ୟକ୍ତି ବିଶେଷ ଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କୁନିକୁନି ଛାତ୍ରଛାତ୍ରୀମାନେ ସ୍ବାଗତ ବନ୍ଦନା ଗାନ କରିଥିଲେ। ସମାଜ କୁ ପରମ ପବିତ୍ର ଭାବନା ରେ ଆପ୍ଳୁତ କରିବାକୁ ହେଲେ ଇଶ୍ବରୀୟ ଗୁଣରେ ଭୁଷିତ ହେବାକୁ ଆପଣା ଆପଣା ନିତ୍ୟ ଜୀବନ ଚର୍ଯ୍ୟାକୁ ମାର୍ଜିତ କରିବାକୁ ହେବ ବୋଲି ବରେଣ୍ୟ ଵ୍ରହ୍ମାକୁମାରୀ ଓ ଵ୍ରହ୍ମାକୁମାରମାନେ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ ଦେଇ ବକ୍ତବ୍ୟ ରଖିଥିଲେ।
ରିପୋର୍ଟ ସଂଗ୍ରାମ କେଶରୀ ରଣା, ଖୋର୍ଦ୍ଧା
إرسال تعليق