ଚାହାଳି ଜନଶକ୍ତି ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଚାହାଳି ଜନଶକ୍ତି ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି।ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ,ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଁ ଦେବାଶିଷ ପଟ୍ଟନାୟକ,ବିଡ଼ିଓ ପ୍ରମୋଦ କୁମାର ନାୟକ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ଏବଂ ମୁଖ୍ୟ ବକ୍ତା ଭାବେ ପବିତ୍ର କୁମାର ସୁବୁଦ୍ଧି ଯୋଗଦେଇଥିଲେ।ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କ ଦ୍ଵାରା ଶିକ୍ଷକ ,ପୁରାତନ ଛାତ୍ର ଛାତ୍ରୀ,ସମସ୍ତ ଗ୍ରାମ ସଭାପତି ,କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ମାନୀତ କରାଯାଇଥିଲା।ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
إرسال تعليق