BREAKING
Loading...
:

ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଲେ କୃତି ଛାତ୍ର ମଦନ ମୋହନ ମିଶ୍ର

 ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଲେ  କୃତି ଛାତ୍ର ମଦନ ମୋହନ ମିଶ୍ର





ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି, ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଚାହାଳି ଜନଶକ୍ତି ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ର ମଦନ ମୋହନ ମିଶ୍ର। ଟାଟା ଷ୍ଟିଲ ଓ ପଠାଣି ସାମନ୍ତ ପ୍ଲାନେଟୋରିଅମ୍ ମିଳିତ ଉଦ୍ୟମ ରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ରେ ଚୟନ କରାଯାଇଥିବା  ଓଡ଼ିଶା ର ଶ୍ରେଷ୍ଠ ୨୦ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ମଦନ ମୋହନ ମିଶ୍ର।ଆସନ୍ତା ମଇ ମାସରେ ଓଡ଼ିଶାର ଶ୍ରେଷ୍ଠ ୨୦ ଜଣ ଛାତ୍ର ଛାତ୍ରୀ ବାଙ୍ଗାଲୋର ସ୍ଥିତ ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ପରିଭ୍ରମଣ ରେ ଯିବେ।କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ର ମଦନ ମୋହନ ଙ୍କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।ଜନଶକ୍ତି ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ର କର୍ମକର୍ତ୍ତା ଓ ବିଜ୍ଞାନ ଶିକ୍ଷକ ଙ୍କ  ଉପସ୍ଥିତିରେ  ନୟାଗଡ  ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ମଦନ ମୋହନ ଙ୍କୁ  ଶୁଭେଚ୍ଛା ଜଣାଇବା ସହ  ସମ୍ମାନୀତ କରିଥିଲେ।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS