ଜଗନ୍ନାଥ ପ୍ରସାଦ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଅତିଥି ଭାବେ ୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା,୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ୍ ଦାସ,ସୋରଡ଼ା ପଞ୍ଚାୟତ ସରପଞ୍ଚ ଫକୀର ମୋହନ ସାହୁ ଯୋଗଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ।ଏହି ସ୍ବାସ୍ଥ୍ୟମେଳାରେ ମହିପୁର ସି ଏଚ୍ ସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସତିଶ ନିବେଦନ,ଡାକ୍ତର ସଲିଳା ଷଡ଼ଙ୍ଗୀ,ଡାକ୍ତର ଅଂଶୁମାନ ଦାସ,ଡାକ୍ତର ଚିରଞ୍ଜିବୀ ବ୍ରହ୍ମା,ଫାର୍ମାସିଷ୍ଟ ଚିତ୍ତରଞ୍ଜନ ନାୟକ ଉପସ୍ଥିତ ରହି ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ। ଏହି ସ୍ବାସ୍ଥ୍ୟ ମେଳାରେ ଶହ ଶହ ଲୋକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment