BREAKING
Loading...
:

୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୨୦ ଜଣ ଆଦିବାସୀ ଯୁବକ,ଯୁବତୀଙ୍କ ଭୋପାଳ ଅଭିମୁଖେ ଯାତ୍ରା

 ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୨୦ ଜଣ ଆଦିବାସୀ ଯୁବକ,ଯୁବତୀଙ୍କ ଭୋପାଳ ଅଭିମୁଖେ ଯାତ୍ରା 




ବାଲିଗୁଡ଼ା:(ମଣିଭଦ୍ରା ଖବର): ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ବାରା ମାଓ ପ୍ରବଣ ଅଞ୍ଚଳରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୨୭ ବାଟଲିୟନ୍ ସିଆରପିଏଫ୍ ଏବଂ ନେହୁରୁ ଯୁବକେନ୍ଦ୍ର ଫୁଲବାଣୀ ପକ୍ଷରୁ ଭୋପାଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ବେଲଘର ଅଞ୍ଚଳରୁ ୨୦ ଜଣ ଆଦିବାସୀ ଯୁବକ,ଯୁବତୀ ଭୋପାଳ ଅଭିମୁଖେ ବାହାରିଛନ୍ତି । ସେମାନଙ୍କର ଯିବା,ଆସିବା ଖାଇବା,ରହିବା ଆଦି ସମସ୍ତ ଦାୟିତ୍ବ ସିଆରପିଏଫ୍ ନେଇଛି । ଆମ ଅଞ୍ଚଳର ଆଦିବାସୀ ଯୁବକ ଯୁବତୀ ବାହାର ରାଜ୍ୟକୁ ଯାଇ ନିଜ ସଂସ୍କୃତି ଓ ପରମ୍ପରାକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ସିଆରପିଏଫ୍ କମାଣ୍ଡାଣ୍ଟ୍ ଆନନ୍ଦ ଝା । ଅନ୍ୟପଟେ ବାହାର ରାଜ୍ୟକୁ ଯାଇ ନିଜ ଜାତି ଓ ସଂସ୍କୃତି ଭିତ୍ତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବାର ସୁଯୋଗ ପାଇଥିବାରୁ ସିଆରପିଏଫ୍ ଓ ନେହେରୁ ଯୁବ କେନ୍ଦ୍ର ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି ଆଦିବାସୀ ଯୁବକ ଯୁବତୀ । ଏହି ଅବସରରେ ସିଆରପିଏଫ୍ କମାଣ୍ଡାଣ୍ଟଙ୍କ ସମେତ ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀ ଓ ଅନ୍ୟ ସିଆରପିଏଫ୍ ଅଧିକାରୀମାନେ ଉପସ୍ଥିତ ଥିଲେ। 


ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ,ବାଲିଗୁଡା, ଜି. କନ୍ଧମାଳ

Post a Comment

Previous Post Next Post
Header ADS