ନିଶା କଫ ସିରଫ ସହ ଅଭିଯୁକ୍ତ ଗିରଫ ।
ବଲାଙ୍ଗୀର (ମଣିଭଦ୍ରା ଖବର):ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ବରପାଲି ପଡା ଠାରେ ଏସ୍ପି ନିତିନ କୁଶଲକର ଙ୍କ ନିର୍ଦ୍ଦେଶ କ୍ରମେ ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ ଟାଉନ ପୋଲିସ ପକ୍ଷରୁ ଚଢାଉ କରାଯାଇ ୧୧୪ ବୋତଲ କୋରେକ୍ସ ଜବତ କରାଯାଇଥିବା ବେଳେ ଏହି ମାମାଲାରେ ରାଜ କୁମାର ମେହେର ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ନେଇ ଏସ୍ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି। କେଶ୍ ନଂ. ୬୮୮/ ୨୦୨୨ରେ ଏକ ମାମାଲା ରୁଜୁ କରି ଟାଉନ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୁଚନା ଦିଆଯାଇଛି ।
ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର
Post a Comment