BREAKING
Loading...
:

ଜାକେଡା ପଞ୍ଚାୟତ ରେ ବ୍ୟାଙ୍କ ଅଫ ବରୋଦା ର ନୂତନ ଶାଖା ଉଦଘାଟିତ

 ଜାକେଡା ପଞ୍ଚାୟତ ରେ ବ୍ୟାଙ୍କ ଅଫ ବରୋଦା ର ନୂତନ ଶାଖା ଉଦଘାଟିତ




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ର ସିମିଳି ସାହି ଗ୍ରାମରେ ବ୍ୟାଙ୍କ ଅଫ ବରୋଦା ର ନୂତନ ଶାଖା ଉଦଘାଟିତ ହୋଇ ଯାଇଛି।ମୁଖ୍ୟ ଅତିଥି ଭାବେ ସରପଞ୍ଚ ସୁମିତ୍ରା ଜାନୀ  ଯୋଗଦେଇ ବ୍ୟାଙ୍କ ଅଫ ବରୋଦା ର ନୂତନ ଶାଖା  ଉଦଘାଟନ କରିଥିଲେ। ଦୁରୁଦୁରା ବ୍ୟାଙ୍କ ପରିଚାଳକ ଅଜୟ କୁମାର ନାୟକ,ପୂର୍ବତନ ସରପଞ୍ଚ ପାଣ୍ଡବ ଜେନା ପ୍ରମୁଖ ଥିଲେ।ଓଡ଼ିଶା ବି ସି ର ଜିଲ୍ଲା ପରିଚାଳକ ବିପିନ ବିହାରୀ ସାହୁ ଙ୍କ ଉଦ୍ୟମରେ ଜାକେଡା ଭଳି ଆଦିବାସୀ ପଞ୍ଚାୟତ ରେ ବ୍ୟାଙ୍କ ଅଫ ବରୋଦା ର ଶାଖା ଖୋଲିପାରିଛି। ଦୁରୁ ଦୁରା ଶାଖା ବ୍ୟାଙ୍କ ର ପରିଚାଳକ ଅଜୟ କୁମାର ନାୟକ ବ୍ୟାଙ୍କ ର ସମସ୍ତ ସେବା ମିଳିବା ଉପରେ ଲୋକମାନଙ୍କୁ ବୁଝାଇଥିଲେ। ମିନି ବ୍ୟାଙ୍କ ପରିଚାଳକ ଜିତେନ୍ଦ୍ର କୁମାର ବାରିକ ଙ୍କ ଦ୍ଵାରା ଲୋକମାନଙ୍କ ଖାତା ଖୋଲାଯାଇଥିଲା। ଜାକେଡା ଭଳି ଆଦିବାସୀ ପଞ୍ଚାୟତ ରେ ବ୍ୟାଙ୍କ ଅଫ ବରୋଦା ର  ଶାଖା ଖୋଲିଥିବାରୁ ଲୋକମାନେ ସମସ୍ତ ବ୍ୟାଙ୍କ ସେବା ପାଇଁ ଦୂର ଦୁରାନ୍ତକୁ ଯିବାକୁ ଆଉ ପଡ଼ିବ ନାହିଁ ତେଣୁ ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS