୧୯ ତାରିଖରେ ଶିକ୍ଷକ ସଂଘ ତରଫରୁ ଶିକ୍ଷା ବିଭାଗ ସମ୍ମୁଖରେ ପ୍ରତିବାଦ
ଗଣିଆ (ମଣିଭଦ୍ରା ଖବର) ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା,୬ ବର୍ଷ ଠିକା ନିଯୁକ୍ତି ସମୟକୁ ନିୟମିତ କରି ୬ଟି ଇନକ୍ରିମେଣ୍ଟ ପ୍ରଦାନ, ନିୟମିତ ପଦୋନ୍ନତି ସହିତ ପୁରୁଣା ପେନସନ ପ୍ରଚଳନ କରିବା ଆଦି ଦାବି ନେଇ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିକଟରେ ସରକାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିଥିବା ବେଳେ ପ୍ରାଥମିକ ଶିକ୍ଷକ ମାନଙ୍କୁ ଏଥିରୁ ବଞ୍ଚିତ କରି ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଆଗାମୀ ବିଧାନସଭା ଅଧିବେଶନରେ ରାଜ୍ୟ ସ୍ତରରେ ଏହାର ପ୍ରତିବାଦ ସହିତ ଜିଲ୍ଲା ଏବଂ ବ୍ଳକ ସ୍ତରରେ ମଧ୍ୟ ପ୍ରତିବାଦ ସେ୍ବ । ଆଗାମୀ ୧୯ ତାରିଖରେ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବା ପାଇଁ ସଭାରେ ସ୍ଥିର ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ସୁରେଶ କୁମାର ବେହେରା, ଶିକ୍ଷକ ନେତା ବାମନ ଚରଣ ବାରିକି, ପୂର୍ଣ୍ଣିଚନ୍ଦ୍ର ସାହୁ, ସୁନିଲ କୁମାର ସାହୁ,ବିଜୟ କୁମାର ମହାରଣା,ଉଦ୍ୟନାଥ ସାହୁଙ୍କ ସମେତ ୧୦୦ ରୁ ଅଧିକ ଶିକ୍ଷକ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment