BREAKING
Loading...
:

ବେଲଗୁଣ୍ଠାରେ ନୂତନ ପେନସନ୍ ଯୋଜନାଭୁକ୍ତ ଶିକ୍ଷକ ସଂଘ ଗଠନ

 ବେଲଗୁଣ୍ଠାରେ ନୂତନ ପେନସନ୍ ଯୋଜନାଭୁକ୍ତ ଶିକ୍ଷକ ସଂଘ ଗଠନ





ବେଲଗୁଣ୍ଠା (ମଣିଭଦ୍ରା ଖବର) ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକ ମାନଙ୍କୁ ବୈମାତୃକ ମନୋଭାବ ପୋଷଣ କରୁ୍ଥିବା ଅଭିଯୋଗରେ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ( ନୂତନ ପେନସନ ଯୋଜନା ଭୁକ୍ତ ) ଆସନ୍ତା 27 ତାରିଖରୁ ବିଧାନସଭା ସମ୍ମୁଖରେ ତିନି ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ଏନପିଏସ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଏକ ଜରୁରୀ ବୈଠକ ସଭାପତି ବସନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକ ରେ 2001 ମସିହା ଠାରୁ ଆଜି ସୁଦ୍ଧା ନିଯୁକ୍ତି ପାଇଥିବା ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଏକ ସଂଘ ଗଠନ କରାଯାଇଥିଲା I ଏହି ଅବସରରେ ସର୍ବସମ୍ମତି କ୍ରମେ ବସନ୍ତ ଜେନାଙ୍କୁ ସଭାପତି ରୂପେ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ନିକୁଞ୍ଜ ନାୟକ,ଗୌର ଚନ୍ଦ୍ର ପରିଡ଼ା, ସ୍ନେହଲତା ପତି,ସମ୍ପାଦକ ରୂପେ ରମେଶ କୁମାର ପାଣିଗ୍ରାହୀ,ଯୁଗ୍ମ ସମ୍ପାଦକ ରୂପେ ଶିଶିର କୁମାର ସ୍ଵାଇଁ, ସୁଧୀର କୁମାର ଦାସ, ବାଳକୃଷ୍ଣ ପରିଡ଼ା,କୋଷାଧ୍ୟକ୍ଷ ଭାବେ ଶଙ୍କର ନାରାୟଣ ସେଠୀ, ରାଜେନ୍ଦ୍ର କୁମାର ଜେନା, କାର୍ଯ୍ୟକାରିଣୀ ସଦସ୍ୟ ରୂପେ ଅଚ୍ୟୁତ ବ୍ରହ୍ମା,ମନୋଜ ପଟ୍ଟନାୟକ,ଶଲ୍ୟ ସିଅ, ନରେଶ ବ୍ରହ୍ମା, ଉପଦେଷ୍ଟା ଭାବେ ଶିତଳ ପ୍ରସାଦ ଜେନା,କାର୍ତ୍ତିକେୟ ସେଠୀ,ମନୋରଞ୍ଜନ ବିଷୋୟୀ,ଭାସ୍କର ଗୌଡ଼, ପ୍ରଦୀପ କୁମାର ମାହୁନ୍ତ,ବଲ୍ଲଭ ପଣ୍ଡା ଏବଂ ମିଡ଼ିଆ ସମ୍ପାଦକ ଭାବେ ରବୀନ୍ଦ୍ର ପାତ୍ରଙ୍କୁ ମନୋନୀତ କରାଯାଇଥିଲା I ଏହା ସହିତ ପ୍ରତି ବ୍ୟାଚ୍ ରୁ ପ୍ରତିନିଧି ମଣ୍ଡଳୀ ମଧ୍ୟ ଗଠନ କରାଯାଇଥିଲା I ବୈଠକରେ ଆସନ୍ତା ଶନିବାର ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବା ସହିତ ଆସନ୍ତା 27 ରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିବାକୁ ସ୍ଥିର କରାଗଲା I ସମ୍ପାଦକ ରମେଶ କୁମାର ପାଣିଗ୍ରାହୀ ବୈଠକକୁ ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I


ବେଲଗୁଣ୍ଠା ରୁ ଜଗନ୍ନାଥ ନାୟକ ଙ୍କ ଖବର ମଣିଭଦ୍ର ଖବର

Post a Comment

Previous Post Next Post
Header ADS