BREAKING
Loading...
:

ମଙ୍ଗଳ ବିଭାଗ ଛାତ୍ରାବାସରେ ଜୁନିୟରଙ୍କୁ ମାଡ଼ ଘଟଣା: ପ୍ରଶାସନର ରାତିଅଧିଆ ଯାଞ୍ଚ

 ମଙ୍ଗଳ ବିଭାଗ ଛାତ୍ରାବାସରେ ଜୁନିୟରଙ୍କୁ ମାଡ଼ ଘଟଣା: ପ୍ରଶାସନର ରାତିଅଧିଆ ଯାଞ୍ଚ





ବାଲିଗୁଡା,(ମଣିଭଦ୍ରା ଖବର): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ରେ ଥିବା ମଙ୍ଗଳ ବିଭାଗ ଛାତ୍ରାବାସରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ରମାନେ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ଦାରିଙ୍ଗବାଡି ବ୍ଲକ ପ୍ରଶାସନ ଏବେ କଠୋର ହୋଇଛି। ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ବୁଧବାର ବିଳମ୍ବିତ ରାତିରେ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହା ଛାତ୍ରାବାସରେ ପହଞ୍ଚି ଯାଞ୍ଚ କରିଛନ୍ତି। ଛାତ୍ରଙ୍କୁ ଦିଆଯାଉଥିବା ଖାଦ୍ୟର ମାନକୁ ଯାଞ୍ଚ ସହ ସେମାନଙ୍କ ପାଠପଢ଼ା, ରହିବା, ଚଳଣି ଆଦି ଅନୁଧ୍ୟାନ କରିଛନ୍ତି। ସେହିପରି ଛାତ୍ରାବାସର ସୁପରିଣ୍ଟେଣ୍ଡେଣ୍ଟ ତଥା ପ୍ରଧାନଶିକ୍ଷକ ରୋହିତ କୁମାର ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି। ଛାତ୍ରମାନେ ପାଠପଢ଼ା ପ୍ରତି ଧ୍ୟାନ ଦେବା ସହ ଛାତ୍ରାବାସରେ କିଭଳି ଶୃଙ୍ଖଳାରେ ଚଳିବେ ବିଡିଓ ପରାମର୍ଶ ଦେଇଛନ୍ତି। ବିଡିଓ ପାତ୍ର କହିଛନ୍ତି ଯେ, ଏବେ ପ୍ରତିଦିନ ରାତ୍ରିକାଳୀନ ପାଟ୍ରୋଲିଂ ସହ ବିଭିନ୍ନ ଛାତ୍ରାବାସକୁ ବିଡିଓ, ତହସିଲଦାର ଗସ୍ତ କରି ଯାଞ୍ଚ କରିବେ। ଯେଉଁଠି ସମସ୍ୟା ଦେଖାଦେବ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ବିଡିଓ ବ୍ଲକର ୨୫ ପଞ୍ଚାୟତରେ ରହିଥିବା ଛାତ୍ରାବାସର ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀଶିକ୍ଷକ, ଓ୍ବାଡ଼େନ, ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନେଇ ବ୍ଲକ ସଭାଗୃହରେ ବୈଠକ କରିଥିଲେ। ବୈଠକରେ ମାସିକ ସମୀକ୍ଷା ସହ ଛାତ୍ରାବାସ ସୁପରିଚାଳନା ଲାଗି ବିଡିଓ ପାତ୍ର ଏବଂ ଗୋଷ୍ଠୀ ମଙ୍ଗଳ ସଂପ୍ରସାରଣ ଅଧିତ୍କାରୀ ବୁରୁ ପଡ୍ରା ମାଝି ପ୍ରମୁଖ ପରାମର୍ଶ ଦେଇଥିଲେ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ, ଦାରିଙ୍ଗବାଡି, ଜି. କନ୍ଧମାଳ

Post a Comment

Previous Post Next Post
Header ADS