BREAKING
Loading...
:

ସ୍ଥାୟୀ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଙ୍କ ଦାବିପତ୍ର ପ୍ରଦାନ

 ସ୍ଥାୟୀ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଙ୍କ ଦାବିପତ୍ର ପ୍ରଦାନ।




ଟିଟିଲାଗଡ(, ମଣିଭଦ୍ରା ଖବର)ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ୍ ସଦର ପଞ୍ଚାୟତ ର ବନବହାଲ୍ ଗ୍ରାମକୁ ସ୍ଵାଧୀନତା ର ଦୀର୍ଘ ବର୍ଷ ସତ୍ବେ ଏକ ସ୍ଥାୟୀ ରାସ୍ତା ନିର୍ମାଣ ହୋଇ ନ ପାରି ଅବହେଳିତ ହୋଇ ରହି ଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ବନବାହାଲ ଗ୍ରାମବାସୀ ମୁରୀବାହାଲ ବି ଡି ଓ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଦାବୀ ପତ୍ର ମୁତାବକ ଆଜିକୁ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ବନବାହାଲ ଗ୍ରାମକୁ ଏକ ସ୍ଥାୟୀ ରାସ୍ତା ଟିଏ ନ ଥିବା ରୁ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଛନ୍ତି । ଦୈନନ୍ଦିନ ସାଧାରଣ ଲୋକଙ୍କୁ   ବିଭିନ୍ନ କାମରେ ଯାତାୟତ କରିବା ସହିତ ଅନେକ ଛାତ୍ର,ଛାତ୍ରୀ ମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ।

ପ୍ରାୟ ୨୦ ରୁ ୨୫ ଖଣ୍ଡ ଗ୍ରାମର ଲୋକେ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି। ଏହି ରାସ୍ତା ର ନିର୍ମାଣ ପାଇଁଁ ବହୁ ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ନେଇ ଗ୍ରାମ ବାସୀ ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ବନବାହାଲ ଗ୍ରାମ କୁ ଏକ ସ୍ଥାୟୀ ରାସ୍ତା ନିର୍ମାଣ ଦାବୀ ନେଇ ଗ୍ରାମ ବାସୀ ତରଫରୁ ମୁରିବାହାଲ ବି ଡି ଓ ପୂର୍ଣାନନ୍ଦ ପଟେଲ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଦାବୀ ପତ୍ର ପ୍ରଦାନ ବେଳେ ଗ୍ରାମର ଭରତ ଦାସ, ସୁରେଶ୍ ଧାରୁଆ, ଗୁପ୍ତେଶ୍ୱର କୁଅଁର, ଲକ୍ଷ୍ମୀ ଧରୁଆ ପ୍ରମୁଖ ସାମିଲ ଥିଲେ। ଏ ନେଇ ବିଭାଗୀୟ ଅଧିକାରୀ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅନୁସରଣ କରିବେ ବୋଲି ପ୍ରକାଶ କରିଛନ୍ତି। 


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

أحدث أقدم
Header ADS