BREAKING
Loading...
:

ବାରମ୍ୱାର ଅଭିଯୁକ୍ତ ମାନଙ୍କୁ ଗିରଫ ନ କରିବାରୁ ଲୋକେ ପିଟି ପିଟି ହତ୍ୟା କରିବା ଅଭିଯୋଗ ।

 ବାରମ୍ୱାର ଅଭିଯୁକ୍ତ ମାନଙ୍କୁ ଗିରଫ ନ କରିବାରୁ ଲୋକେ ପିଟି ପିଟି ହତ୍ୟା କରିବା ଅଭିଯୋଗ ।





ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର)ଟିଟିଲାଗଡ ଥାନା ଅନ୍ତର୍ଗତ ଭାଟିପଡା ଗ୍ରାମ ର ଟାଙ୍ଗର ପଡ଼ା ନିବାସୀ ବାହାଦୁର ସିଂ ଙ୍କ ସ୍ତ୍ରୀ ଗତ ତା ୨୮-୦୭-୨୦୨୨ରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଏକ ମାତ୍ର ସ୍ତ୍ରୀ ଙ୍କୁ ହରେଇ ସୁଦୂର କଟକ ରୁ ଟିଟିଲାଗଡ କୁ ଫେରି ଦେଖି ଥିଲେ ଯେ ତାଙ୍କ ଘର ତାଲା ଭାଙ୍ଗି ସବୁ ଜିନିଷ,ପତ୍ର ନେଇ କେହି ଦୁର୍ବୃତ ଫେରାର ହୋଇ ଯାଇଥିଲା।

ସେ ତୁରନ୍ତ ଟିଟିଲାଗଡ ଥାନା କୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଘର ଚୋରି ନେଇ ସ୍ଥାନୀୟ ଉକ୍ତ ଟାଙ୍ଗର ପଡା ନିବାସୀ ନାନୁ ସିଂହବାବୁ ନାମକ ଜଣେ ବ୍ୟକ୍ତି କୁ ପୋଲିସ୍ ଗିରଫ କରିଥିବା ବେଳେ ଉକ୍ତ ବ୍ୟକ୍ତି ଟିଟିଲାଗଡ ହାଟପଦା ପଡ଼ା ର ଦାଣ୍ଡ ବେହେରା ନାମ୍ନୀ ଜଣେ ଦେଶି ମଦ ବିକ୍ରି କରୁଥିବା ମହିଳା ଙ୍କ ନିକଟରୁ ଅଧା ରୁ ଅଧିକ ଚୋରୀ ସାମଗ୍ରୀ ଜବତ କରାଯାଇ ଥିଲା ।

ସେହିପରି ଟିଟିଲାଗଡ ସର୍ଗିଗୁଡ଼ା ସ୍ଥିତ ଅନ୍ୟ ଏକ ଦେଶି ମଦ ଦୋକାନୀ ଙ୍କ ନିକଟ ରୁ ଅନ୍ୟ ଅଧା ରୁ ଅଧିକ ଚୋରୀ ସାମଗ୍ରୀ କିଣି ଥିବା ଜଣାଯାଇ ଥିଲା ।

ଉକ୍ତ ଚୋରୀ ସାମଗ୍ରୀ ସବୁ ନେଇ ଥାନା ରେ ହାଜର ହେବାକୁ ପୋଲିସ୍ ପ୍ରଶାସନ ତରଫରୁ ତାଙ୍କୁ ସୂଚନା ଦିଆଯାଇଥିଲା । 

ହେଲେ ଗତ ପ୍ରାୟ ପାଞ୍ଚ ଦିନ ତଳେ ଟିଟିଲାଗଡ ନିକଟସ୍ଥ ମାଲ ଗୋଦାମ ପଡା ଠାରେ କିଛି ବ୍ୟକ୍ତି ଉକ୍ତ ଚୋରୀ କରି ଥିବା ମୁଖ୍ୟ ଅଭିଯୁକ୍ତକୁ କୌଣସି ଜିନିଷ ଚୋରୀ କରି ଫେରାର ହୋଇ ଚାଲି ଯିବା ଚେଷ୍ଟା କରି ବିଫଳ ହୋଇଥିଲା

ଲୋକ ଙ୍କ ଆକ୍ରମଣ ରେ ଗୁରୁତର ଆହତ ହୋଇ ଘଟଣା ସ୍ଥଳ ରେ ତାର ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ନିଜ ଘରୁ ସମସ୍ତ ଚୋରୀ ସାମଗ୍ରୀ ଚୋରୀ ଓ ଉଦ୍ଧାର କରିବା ସହ ଅଭିଯୁକ୍ତ କୁ ଗିରଫ ଓ କୋର୍ଟ ଚାଲାଣ କରାଯାଇ ନ ଥିବା ଯୋଗୁଁ ବର୍ତ୍ତମାନ ଉକ୍ତ ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ବୋଲି ଶ୍ରୀ ଯୁକ୍ତ ସିଂହ ଆମ ନିକଟରେ ଅଭିଯୋଗ କରିଛନ୍ତି।

ସେହିପରି ଉକ୍ତ ଚୋର ନିକଟରୁ ଅଧା ଚୋରୀ ସାମଗ୍ରୀ ଉଦ୍ଧାର ହୋଇ ପାରି ଥିବା ବେଳେ ଉକ୍ତ ଚୋରୀ ସାମଗ୍ରି ସବୁ କିଣି ଥିବା ଉକ୍ତ ଦୁଇ ମଦ ଦୋକାନୀ ଙ୍କୁ ବର୍ତ୍ତମାନ୍ ସୁଦ୍ଧା ସ୍ଥାନୀୟ ପୋଲିସ୍ ପ୍ରଶାସନ ମୋଟା ଅଙ୍କର ଟଙ୍କା ହଡ଼ପ କରି ଗିରଫ ନ କରୁ ଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଅଭିଯୋଗ ହୋଇଛି ।

 ଏ ନେଇ ସ୍ଥାନୀୟ ପୋଲିସ୍ ପ୍ରଶାସନ ନିକଟ କୁ ବାରମ୍ୱାର ଧାଇଁ, ଧାଇଁ ସୁଦ୍ଧା ପୋଲିସ ପକ୍ଷରୁ ଉକ୍ତ ଚୋର ନିକଟରୁ କିଣି ଥିବା ସମସ୍ତ ଚୋରୀ ସାମଗ୍ରୀ ଉଦ୍ଧାର କରିବା ସତ୍ବେ ସେସବୁ ନ ଫେରାଇବା ପରି ଗ୍ରୁରୁତର ଅଭିଯୋଗ ହୋଇଛି। ଅପର ପକ୍ଷରେ ପୋଲିସ୍ ଉକ୍ତ ଅଭିଯୁକ୍ତ ଦୁଇ ଚୋରି ସାମଗ୍ରୀ ଉଦ୍ଧାର କରି ଥିବା ଚୋର ଙ୍କୁ ବର୍ତ୍ତମାନ୍ ସୁଦ୍ଧା ଗିରଫ ଅବା କୋର୍ଟ ଚାଲାଣ କରାଯାଇ ନ ଥିବା ଲିଖିତ ଅଭିଯୋଗ ହୋଇଛି । 


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

أحدث أقدم
Header ADS