BREAKING
Loading...
:

ପଦୋନ୍ନତି ପାଇଲେ ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ମହାରଣା

 ପଦୋନ୍ନତି ପାଇଲେ ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ମହାରଣା 






ଗଣିଆ ୧୮/୧୦(ମଣିଭଦ୍ରା ଖବର) ଗଣିଆ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ମହାରଣା ପଦୋନ୍ନତି ପାଇଥିବା ଜଣାପଡିଛି । ସେ ପଦୋନ୍ନତି ପାଇ ଦଶପଲ୍ଲା ବ୍ଳକ ଶିକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି । ରାଜ୍ୟର ବିଭିନ୍ନ ବ୍ଳକରେ କାର୍ଯ୍ୟରତ ୩୭ ଜଣ ଅତିରିକ୍ତ ଶିକ୍ଷା ଅଧିକାରୀଙ୍କୁ ଗଣଶିକ୍ଷା ବିଭାଗ ତରଫରୁ ପଦୋନ୍ନତି ମିଳିଥିବା ଜଣାପଡିଛି । ଏହି କ୍ରମରେ ଶ୍ରୀ ମହାରଣାଙ୍କୁ ଦଶପଲ୍ଲା ବ୍ଳକ ଶିକ୍ଷା ଅଧିକାରୀ ଭାବେ ପଦୋନ୍ନତି ମିଳିଛି । ଶ୍ରୀମହାରଣା ଦୀର୍ଘ ଦିନ ହେବ ଗଣିଆରେ ଅତିରିକ୍ତ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରି ବେଶ୍ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଆଇନଗତ ଭାବେ ସେ ବେଶ୍ ଦୃଢ଼ ହୋଇଥିବା ବେଳେ ତାଙ୍କର କାର୍ଯ୍ୟ ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ଗଣିଆ ବ୍ଲକ ଶିକ୍ଷା ବିଭାଗ ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିବା ଜଣାପଡ଼ିଛି ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS