BREAKING
Loading...
:

ବଙ୍ଗାଳି ସମାଜ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

 ବଙ୍ଗାଳି ସମାଜ ର ବନ୍ଧୁମିଳନ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇ ଥିଲା ।





ଟିଟିଲାଗଡ(ମଣିଭଦ୍ରା ଖବର): ସ୍ଥାନୀୟ କଲ୍ୟାଣମଣ୍ଡପ  ଠାରେ ପ୍ରତି ବର୍ଷ ପରି ଚଳିତ  ବର୍ଷ ବଙ୍ଗାଳୀ ସମାଜ ତରଫରୁ ଉକ୍ତ ସମାଜ ସଭାପତି ଶେଖର ସିନହା ଙ୍କ ଆହ୍ବାନ କ୍ରମେ ବନ୍ଧୁ ମିଳନ ସଭା ଆୟୋଜନ ହୋଇଥିଲା । ଦୂର୍ଗା ପୂଜା ଶେଷ ହେବା ପରେ ପ୍ରତିବର୍ଷ ଏହି ବଙ୍ଗାଳୀ ସମାଜ ତରଫରୁ ବନ୍ଧୁ ମିଳନ ଅନୁଷ୍ଟିତ ହୋଇଥାଏ । ସମାଜ ତରଫରୁ ଆଗାମୀ ଦୀପାବଳୀ ଓ ତାର ପାଳନ ନେଇ ସବିଶେଷ ଆଲୋଚନା ହୋଇଥିଲା । ବିଗତ ଦୁଇ ବର୍ଷ କରୋନା ମହାମାରୀ ଯୋଗୁଁ ଏହି ଦୀପାବଳୀ ଓ ପୂଜା ଯଥା ରୀତି ପାଳିତ ହୋଇ ଆସୁଥିବା ବେଳେ ବିପୁଳ ଜନ ସମାଗମ ହୋଇ ପାରୁ ନ ଥିଲା । ସମାଜ ସମ୍ପାଦକ ଦୀପକ ସମଦାର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଲ୍ୟାଣ କୁମାର ବୋଷ ସଭାପତିତ୍ବ କରିଥିଲେ ।  ଅନେକ ସଂଖ୍ୟା ରେ ସମାଜ ସଦସ୍ୟ, ସଦସ୍ୟା ତଥା ସାଧାରଣ ଲୋକେ ଉକ୍ତ ବନ୍ଧୁ ମିଳନ  ସଭା ରେ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିରାକାର ସାହୁ ଙ୍କୁ କଳାକାର ଭାବେ ସମ୍ମାନିତ କରାଯାଇଥିଲା।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

أحدث أقدم
Header ADS