BREAKING
Loading...
:

ବେଲପଡାପାଟଣାରେ ମହିଳାଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

 

ବେଲପଡାପାଟଣାରେ ମହିଳାଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ 


ଗଣିଆ  (ମଣିଭଦ୍ରା ଖବର )  ଗଣିଆ ଥାନା ବେଲପଡା ପାଟଣା ପଂଚାୟତସ୍ଥିତ ବେଲପଡା ଗ୍ରାମରେ  ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କୁ ଗଣିଆ ମେଡ଼ିକାଲକୁ ଅଣାଯିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ମହିଳା ଜଣକ ବେଲପଡାପାଟଣା ଗ୍ରାମର ରାଜନ କୁମାର ସାହୁଙ୍କ ସ୍ତ୍ରୀ ସୋନାଲି ସାହୁ ।  ଘଟଣାରୁ ଜଣାପଡିଛି ଯେ  ଦଶପଲ୍ଲା  ସ୍ଥିତ ସନ୍ତୋଷ କୁମାର ସାହୁଙ୍କ ଝିଅ ସୋନାଲି ସାହୁ  ଗଣିଆ ଥାନା  ଅନ୍ତର୍ଗତ ବେଲପଡାଗ୍ରାମର ରାଜନ କୁମାର ସାହୁଙ୍କୁ ସାତ ବର୍ଷ ପୂର୍ବରୁ ବୈଦିକ ରୀତିରେ ବିବାହ କରିଥିଲେ ! ତାଙ୍କର ପାଞ୍ଚ ବର୍ଷ ଓ ଆଠ ମାସର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି ! କିନ୍ତୁ ଦୀର୍ଘ ଦିନ ଧରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ  କଳହ ଲାଗି ରହିଥିଲା ! ଯାହାର ପରିମାଣ ସୁରୂପ ଅକାଳରେ ଚାଲିଗଲା ଏଇ ନିରୀହ ଜୀବନ ! ଗୁରୁବାର ଭୋର ସମୟରେ    ସୋନାଲିକୁ ସ୍ୱାମୀ ରାଜନ ମାରି ଦଉଡ଼ିରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଥିଲେ ଝିଅର ମା ସସ୍ମିତା! ସୋନାଲିକୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣଯାଇଥିଲା ! ସେଠାରେ ଡାକ୍ତର  ମଧୁସୂଦନ ଦାସ  ସୋନାଲିଙ୍କୁ ମୃତ ଘୋଷଣା  କରିଥିଲେ !  ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଥାନାକୁ ଅବଗତ କରାଇବା ପରେ  ଘଟଣା ସ୍ଥଳରେ  ପୋଲିସ ପହଂଚି ସ୍ୱାମୀ ରାଜନ କୁମାର ସାହୁଙ୍କୁ ଥାନାରେ  ଅଟକ ପଚରା ଉଚରା କରୁଥିବା ବେଳେ ଶବକୁ ଜବତ କରିବା ସହିତ  ଅଧିକ ତଦନ୍ତ  ଜାରିରଖିଛି ! ତେବେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ କୈାଣସି ଝଗଡା ହୋଇନଥିବା ବେଳେ ସାମାନ୍ୟ କଥାରେ ରାଗିଯାଇ ସେ ଲଗାଇ ଦେଇଛି ବୋଲି ମୃତ ସୋନାଲିଙ୍କ ସ୍ବାମୀ ରାଜନ ପ୍ରକାଶ କରିଛନ୍ତି । ତେବେ ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS