BREAKING
Loading...
:

ଶ୍ରୀଅରବିନ୍ଦ ଜିଲ୍ଲା ସ୍ତରୀୟ କେନ୍ଦ୍ରୀୟ ପାଠଚକ୍ର ଏବଂ ପଞ୍ଚବିଂଶତମ କର୍ମୀ ସମ୍ମିଳନୀ


 ଶ୍ରୀଅରବିନ୍ଦ ଜିଲ୍ଲା ସ୍ତରୀୟ କେନ୍ଦ୍ରୀୟ ପାଠଚକ୍ର ଏବଂ ପଞ୍ଚବିଂଶତମ କର୍ମୀ ସମ୍ମିଳନୀ


ରାଜସୁନାଖଳା (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲାର ଶ୍ରୀଅରବିନ୍ଦ ଜିଲ୍ଲା ସ୍ତରୀୟ କେନ୍ଦ୍ରୀୟ ପାଠଚକ୍ର ଏବଂ ପଞ୍ଚବିଂଶତମ କର୍ମୀ ସମ୍ମିଳନୀ ଶ୍ରୀଅରବିନ୍ଦ ଦିବ୍ୟ ଚେତନା ଆଶ୍ରମ,ରାଜସୁନାଖଳା ପରିସରରେ ଅନୁଷ୍ଠିତ ହୋଇଯାଇଛି ‌‌। ଏହି ବୈଠକରେ ପ୍ରଥମ ଦିବସ ପ୍ରଥମ ଅଧିବେଶନରେ ପୁରୀ, ଖୋର୍ଦ୍ଧା,ନୟାଗଡ ନିଷ୍ଠା ଜୋନର ସାଙ୍ଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆବାହକ ସୁନିଲ କୁମାର ପୃଷ୍ଟିଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଆଲୋଚକ ଭାବେ ଡ଼ଃ ବିପିନାନନ୍ଦ ମିଶ୍ର, ସୁକାନ୍ତ କୁମାର ଜେନା, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ସଞ୍ଜୟ କୁମାର ମହାପାତ୍ର, ସନାତନ ଲେଙ୍କା,ଡ଼ଃ ଜନ୍ମେଜୟ ଦ୍ବିବେଦୀଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ତଥା ପାଠଚକ୍ର ଆବାହକ ମାନେ ଉପସ୍ଥିତ ଥିଲେ । 




ପରେ ଦ୍ବିତୀୟ ଅଧିବେଶନରେ ଆଲୋକ ସେନା ଶିବିର ଏବଂ ପୁରାତନ ଛାତ୍ର ଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆଲୋକ ସେନାର ଆବାହକ ସନ୍ତୋଷ ଭାଇ ପରିଚାଳନା କରିଥିଲେ । ପ୍ରତି ବିଦ୍ୟାଳୟରେ ଜଣେ ଜଣେ ଆଲୋକ ସେନା ଦାୟିତ୍ଵରେ ରହିବା ସହିତ ପ୍ରତି ମାସରେ ସେମାନଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।  ଆଲୋକ ସେନା ପ୍ରତ୍ୟେକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।  ପାଠଚକ୍ର ସମ୍ପର୍କରେ ପୁଷ୍ପ ଅପା ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପ୍ରତ୍ୟେକ ସ୍ଥାନରେ ଶ୍ରୀମାଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।  ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ ବୋଲି ଜଣାପଡିଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS