BREAKING
Loading...
:

ଜଗନ୍ନାଥ ପ୍ରସାଦ ଗ୍ରାମରେ ଅନୁଷ୍ଠିତ ଦୁର୍ଗାପୂଜା ରେ ଯୋଗଦେଲେ ଦଶପଲ୍ଲା ବିଧାୟକ

 ଜଗନ୍ନାଥ ପ୍ରସାଦ ଗ୍ରାମରେ ଅନୁଷ୍ଠିତ ଦୁର୍ଗାପୂଜା ରେ ଯୋଗଦେଲେ ଦଶପଲ୍ଲା ବିଧାୟକ




ନୂଆଗାଁ( ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଜଗନ୍ନାଥ ପ୍ରସାଦ ଗ୍ରାମରେ ଦୁର୍ଗାପୂଜା କମିଟି ଆନୁକୁଲ୍ୟରେ ଦୁର୍ଗାପୂଜା ଓ ମା ଦୁର୍ଗା ଙ୍କ ପବିତ୍ର ବିଜୟୀ ଦଶମୀ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ଦୁର୍ଗା ଙ୍କୁ ଦର୍ଶନ କରିବା ସହିତ ଜନ ସାଧାରଣ ଙ୍କ ଜୀବନରେ ସୁଖ, ସମୃଦ୍ଧି ଭରି ଦିଅନ୍ତୁ ବୋଲି ମା ଙ୍କ ପାଖରେ ପ୍ରାର୍ଥନା କରିଥିଲେ।ତତ୍ ସହିତ ଅଞ୍ଚଳର ବିକାଶ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ଦଶପଲ୍ଲା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ,ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ସୋରଡ଼ା ପଞ୍ଚାୟତ ସରପଞ୍ଚ,ସମିତି ସଭ୍ୟ, ଢେଙ୍କେଣା ପଞ୍ଚାୟତ ସରପଞ୍ଚ ଯୁଗଳ କିଶୋର ସାହୁ,ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ, ପାରାଢ଼ିପି ପଞ୍ଚାୟତ ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ,ସମାଜ ସେବୀ ଦାଶରଥି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ପୂଜା କମିଟି ର ସଭାପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS