BREAKING
Loading...
:

କରଡାପଡା ପଞ୍ଚାୟତରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ

 କରଡାପଡା ପଞ୍ଚାୟତରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ 




ଗଣିଆ (ମଣିଭଦ୍ରା ଖବର) କରଡାପଡା ପଞ୍ଚାୟତରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ପଞ୍ଚାୟତ ତରଫରୁ ଏକ ଆବର୍ଜନା ଗାଡ଼ି ସାହି ସାହି ବୁଲି ଜନସଚେତନତା ସୃଷ୍ଟି କରିବା ସହିତ ଅଳିଆ ଆବର୍ଜ୍ଜନା ସଂଗ୍ରହ କରିବା  ସହିତ ଜନସଚେତନତା ସୃଷ୍ଟି କରିଥିଲା। ଏଥିପାଇଁ ଏକ ଟ୍ରଲିରେ ଗୋଟିଏ ପାର୍ଶ୍ୱରେ ଶୁଖିଲା ଅଳିଆ ଏବଂ ଅନ୍ୟ ଏକ ପାର୍ଶ୍ବରେ ଓଦା ଅଳିଆ ପକାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ସହକାରୀ ଯନ୍ତ୍ରୀ ମହେଶ ପ୍ରସାଦ ନାୟକ , ସରପଞ୍ଚ ପ୍ରମୋଦିନୀ ସାହୁ, ସମିତି ସଭ୍ୟା ଗୀତାରାଣୀ ରାଉତ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ମହାପାତ୍ରଙ୍କ ସମେତ ପ୍ରାୟ ୧୦୦ରୁ ଅଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।ଆଗାମୀ ଦିନରେ  ପଞ୍ଚାୟତରେ କିଭଳି ସ୍ବଛତା ବଜାୟ ରଖିବା ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରେ ସମସ୍ତ ଅତିଥି ଏବଂ ଜନସାଧାରଣ ଏକତ୍ରିତ ହୋଇ ସାହି ସାହି ବୁଲି ଆବର୍ଜନା ସଫା କରିବା ସହିତ ଜନସଚେତନତା ସୃଷ୍ଟି କରିଥିଲେ ।   ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS