ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର,
ଦଶପଲ୍ଲା (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲାର ଦଶପଲ୍ଲା-ଗଣିଆ ରାସ୍ତାର ତାଲେରା ଛକରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇ ଚିକିତ୍ସା ପାଇଁସ୍ଥାନୀୟ ଯୁବକ ଙ୍କ ଚେଷ୍ଟାରେ ୧୦୮ଗାଡ଼ି ମାଧ୍ୟମରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ, ଗୁରୁତର ଜଣକ ହେଉଛନ୍ତି ବଉଦ ଜିଲ୍ଲା ସଂକୁଲେଇ (ନୂଆପଡା)ର ବୈଦ୍ୟନାଥ ବେହେରାଙ୍କ ପୁତ୍ର ମାନସ ବେହେରା ବୋଲି ଜଣାପଡିଛି। ମାନସ ଗ୍ଲାମର ବାଇକ୍ ଓଡି୨୭ଏ୦୩୩୮ ଯୋଗେଁ ଗଣିଆ ଠାରୁ ଦଶପଲ୍ଲା ରାସ୍ତାରେ ଆସୁଥିବା ବେଳେ ତାଲରା ଛକ ହମ୍ପସ୍ ରେ ଭାରସାମ୍ୟ ହରାଇ ପାଖରେ ଥିବା ଏକ ନଳକୂପ ନିକଟସ୍ଥ ମେଣ୍ଟାଲ ଗଦା ରେ ଧକ୍କା ହୋଇ ଏଭଳି ଘଟଣା ଘଟିଛି।
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋଟ ମଣି ଭଦ୍ରା ଖବର,
Post a Comment