ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ
ନୂଆଗାଁ (ମଣିଭଦ୍ରା ଖବର)ପବିତ୍ର ମା ଦୁର୍ଗା ଙ୍କ ମହାନବମୀ ଉପଲକ୍ଷେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ଗ୍ରାମ ପଞ୍ଚାୟତ ନୀଳାଦ୍ରି ପୁର ବସ୍ ଷ୍ଟାଣ୍ଡ ରେ ନୀଳାଦ୍ରିପୁର ଦୁର୍ଗାପୂଜା କମିଟି ଆନୁକୁଲ୍ୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଜିଲ୍ଲା ପରିଷଦ ଙ୍କ ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଢେଙ୍କେଣା ସରପଞ୍ଚ ଯୁଗଳ କିଶୋର ସାହୁ ,ଗ୍ରାମ ସଭାପତି ସୁଦାମ ପ୍ରଧାନ,ସମ୍ପାଦକ ହାକିମ ଖାଁ ପ୍ରମୁଖ ଯୋଗ ଦେଇଥିଲେ।ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ସତ୍ୟ ନାରାୟଣ ସାହୁ। ସାମ୍ପ୍ରଦାୟିକ ସଦ୍ଭାବ ର ନିଦର୍ଶନ ହେଉଛି ମହିପୁର ଦଶହରା।ଯେଉଁଠି ହିନ୍ଦୁ ,ମୁସଲମାନ ମିଳିତ ଭାବେ ଦଶହରା ପୂଜା କରନ୍ତି।ଯାହାକି ନୂଆଗାଁ ବ୍ଲକ୍ ରେ ନିଆରା।
ରିପୋର୍ଟ ପୁଷ୍ପଲତା ପ୍ରଧାନ, ନୂଆଗାଁ
Post a Comment