BREAKING
Loading...
:

ଦଶପଲ୍ଲାରେ ପଦଯାତ୍ରା ଶୁଭାରମ୍ଭ କଲେ ବିଧାୟକ ରମେଶ ଚନ୍ଦ୍ର ବେହେରା

 ଦଶପଲ୍ଲାରେ ପଦଯାତ୍ରା ଶୁଭାରମ୍ଭ କଲେ ବିଧାୟକ ରମେଶ ଚନ୍ଦ୍ର ବେହେରା, ଗୋଟିଏ ପଞ୍ଚାୟତରେ ବିପୁଳ ଜନ ସମର୍ଥନ 






 ଦଶପଲ୍ଲା (ମଣିଭଦ୍ରା ଖବର) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଆଜି ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଠାରୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଛିପୁର ଗ୍ରାମପଞ୍ଚାୟତ ରେ ଜନ ସମ୍ପର୍କ ପଦଯାତ୍ରା ଓ ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା..ଉକ୍ତ କାର୍ଯ୍ୟକ୍ରମ ରେ ଦଶପଲ୍ଲା ବ୍ଲକର  ବିଭିନ୍ନ ଗ୍ରାମପଞ୍ଚାୟତ ଓ ଏନଏସିରୁ ଆସିଥିବା ୧୦୦୦ ରୁ ଉର୍ଦ୍ଧ ବିଜୁ, ଯୁବ, ଛାତ୍ର ମହିଳା ଓ ବରିଷ୍ଠ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ..ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ବିଭିନ୍ନ ଜନକଲ୍ୟାଣ କାରି ଯୋଜନା ସମ୍ବଦ୍ଧ ରେ ଅବଗତ କରାଯାଇଥିଲା l ମୁଖ୍ୟମନ୍ତ୍ରୀଙ୍କର ଲୋକାଭିମୁଖୀ ଯୋଜନା ତଥା ଦଶପଲ୍ଲା ମାଟିର ମହକ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଭଳି ଜଣେ ସ୍ବଛ,ଆଦର୍ଶବାଦୀ ଜନସେବକଙ୍କ ନେତୃତ୍ୱକୁ ଭରସା କରି ଗୋଟିଏ ପଞ୍ଚାୟତରେ ଏଭଳି ଜନସମାଗମ ଦେଖିବାକୁ ମିଳିଥିଲା ‌‌ । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର ସମସ୍ତ ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ । ଦଶପଲ୍ଲା ମାଟି ପାଇଁ ଅହରହ ସଂଗ୍ରାମ ଜାରି ରଖିଥିବା ଏଭଳି ଜଣେ ନିଆରା ମଣିଷ ପାଇଁ ଆଜି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗର୍ବ ଅନୁଭବ କରୁଛି ବୋଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନେକ ବରିଷ୍ଠ ନାଗରିକ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ମାସାଧିକ କାଳ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା ନୂଆଗାଁ ଏବଂ ଗଣିଆ ବ୍ଲକର ପ୍ରତି ପଞ୍ଚାୟତରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଧାୟକ ପ୍ରକାଶ କରିଛନ୍ତି ‌‌।  ଲୋକମାନଙ୍କର ଭଲ ପାଇବାକୁ ପାଥେୟ କରି ବିଜୁ ଜନତା ଦଳ ଏକ ସାମୁହିକ ଆନ୍ଦୋଳନରେ ପରିଣତ ହୋଇଥିବାରୁ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ବିଧାୟକ ରମେଶ ଚନ୍ଦ୍ର ବେହେରା । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS