BREAKING
Loading...
:

ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଵଛ ସର୍ବେକ୍ଷଣ -2022 ନିମନ୍ତେ ପୁରସ୍କୃତ

 ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଵଛ ସର୍ବେକ୍ଷଣ -2022 ନିମନ୍ତେ ପୁରସ୍କୃତ-l 





ସୁବର୍ଣ୍ଣପୁର (ମଣିଭଦ୍ରା ଖବର)

ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଵଛ ସର୍ବେକ୍ଷଣ -2022 ନିମନ୍ତେ ପୁରସ୍କୃତ ହୋଇଛି | ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ତରଫରୁ ପ୍ରକଳ୍ପ ନିର୍ଦେଶକ, ଜିଲ୍ଳା ସହରାଞ୍ଚଳ ଉନ୍ନୟନ ପ୍ରାଧିକରଣ ଶ୍ରୀ ନିହାର ରଞ୍ଜନ କଁହର , ସୁବର୍ଣ୍ଣପୁର, ଅଧ୍ୟକ୍ଷ ବିନିକା ଏନଏସି,ଶ୍ରୀ ସୁବାଷ ଚନ୍ଦ୍ର ଭୋଇ, ଇଓ, ଏନଏସି,ଶ୍ରୀ ଶ୍ରୀକୁମାର ରଥ  ଏବଂ ପରିମଳ ବିଶେଷଜ୍ଞ ବିନିକା ଏନଏସି ସାଗରୀକା ପାତ୍ର ପ୍ରମୁଖ ତା 01/10/22 ରେ ଦିଲ୍ଲୀ ତାଲକୋଟରା ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ସଦୟ ଉପସ୍ଥିତି ରେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଗୃହ ଓ ସହରାଞ୍ଚଳ ଶ୍ରୀଯୁକ୍ତ କୌଶଳ କିଶୋର, ଙ୍କ ଠାରୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଛନ୍ତି I ସଚିବ ଶ୍ରୀଯୁକ୍ତ ମନୋଜ ଯୋଶୀ,  ଏବଂ ମିଶନ ନିର୍ଦ୍ଦେଶକ ରୂପା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ରହିଥିଲେ l ଏହି ପୁରସ୍କାର ଜିଲ୍ଳା ତଥା ଅଂଚଳ ନିମନ୍ତେ ଗର୍ବ ଓ ଗୌରବ ଆଣି ଥିବାରୁ ଜିଲ୍ଳା ସହରାଞ୍ଚଳ ଉନ୍ନୟନ ପ୍ରାଧିକରଣ ଶ୍ରୀ  କଁହର ବିନିକା ସହରବାସୀ ତଥା ବିଜ୍ଞାପିତ ପରିଷଦ ର ଲୋକ ପ୍ରତିନିଧି, କାର୍ଯ୍ୟାଳୟ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS