BREAKING
Loading...
:

ନୂଆଗାଁ ବିଦ୍ୟୁତ ଅଫିସକୁ ଘେରିଲେ ତୁକୁଡା ଗ୍ରାମବାସୀ l

 ନୂଆଗାଁ ବିଦ୍ୟୁତ ଅଫିସକୁ ଘେରିଲେ ତୁକୁଡା ଗ୍ରାମବାସୀ l 




 ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ  ସେକ୍ସନ ବିଦ୍ୟୁତ୍ ର ଚାଲିଛି ଲୁଚକାଳି ଖେଳ।ନୂଆଗାଁ ସେକ୍ସନ ଅଧୀନରେ ଥିବା , ଜାକେଡା ପଞ୍ଚାୟତ ର ଶହଶହ ବିଦ୍ୟୁତ୍ ଉପୋଭୋକ୍ତା  ଥିବାବେଳେ ବିଦ୍ୟୁତ୍ ସମସ୍ୟା ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଯାହା ଫଳରେ ଅତିଷ୍ଠ ହୋଇ ନୂଆଗାଁ ବିଦ୍ୟୁତ୍ ଅଫିସ ଘେରିଛନ୍ତି ଜାକେଡା ପଞ୍ଚାୟତ ର  ତୁକୁଡା ଗ୍ରାମବାସୀ। ତୁକୁଡା ଗ୍ରାମ ଏକ ଆଦିବାସୀ ଗ୍ରାମ ହୋଇଥିବା ବେଳେ ଦୀର୍ଘ ଏକ ମାସ ହେବ ଗ୍ରାମ ରେ ବିଦ୍ୟୁତ୍ ନ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଲୋକ ମାନଙ୍କ କହିବା କଥା ଏକ ମାସ ହେବ ଗ୍ରାମ ରେ ବିଦ୍ୟୁତ୍ ନଥିବା ଯୋଗୁଁ ପିଲାମାନେ ପାଠ ପଢା ରୁ ବଞ୍ଚିତ ହେବା ସହ ବନ୍ୟଜନ୍ତୁ,ସରୀସୃପ ଙ୍କ ଭୟ ଲାଗି ରହିଛି । ଏପଟେ ହାତୀ ଉପଦ୍ରବ ସହ ବିଦ୍ୟୁତ୍ ସମସ୍ୟା ଗ୍ରାମବାସୀ ଙ୍କୁ ଅତିଷ୍ଠ କରିଛି । ଏ ନେଇ ଜାକେଡା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ବୁଲୁ ମଳିକ ସମିତି ସଭ୍ୟା ପ୍ରଭାତୀ ମଳିକ , ୱାର୍ଡ ମେମ୍ବର ମନ୍ଦର ମଳିକ ,ସରୋଜ ମଳିକ ,ଆଦି ସମେତ ଗ୍ରାମର ୨୦ ରୁ ଉର୍ଦ୍ଧ୍ବ ଲୋକ ଆସି ବିଦ୍ୟୁତ୍ ଅଫିସ ଘେରିଥିଲେ। ତତ୍ ସହିତ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ କର୍ମଚାରୀ ଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ ।ଏହାକୁ ଅନୁଧ୍ୟାନ କରି ଦୁଇ ଦିନ ମଧ୍ୟରେ ବିଦ୍ୟୁତ ସମସ୍ୟା ଦୂର କରାଯିବ ବୋଲି ବିଦ୍ୟୁତ କର୍ମଚାରୀ କହିଛନ୍ତି l 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS