BREAKING
Loading...
:

ଆତ୍ମନିର୍ଭର କୃଷକ ଅଭିଯାନ ବୈଠକ l

 ଆତ୍ମନିର୍ଭର କୃଷକ ଅଭିଯାନ ବୈଠକ l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର )ଭାରତ ସ୍ଵାଧୀନତାର ୭୫ତମ ବର୍ଷକୁ ଅମୃତ ମହୋତ୍ସବ ସ୍ୱର୍ଣ୍ଣମ ଭାରତ ଅଗ୍ରସରରେ ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାର ଓ ବ୍ରହ୍ମୀ କୁମାରୀ ସଂସ୍ଥା ତରଫରୁ କୃଷି ଓ ଗ୍ରାମ ବିକାଶ ପ୍ରଭାଗ ନେଇ ସମଗ୍ର ଭାରତ ଦେଶରେ ଆତ୍ମନିର୍ଭର କୃଷକ ଅଭିଯାନ ଚାଲୁ ଅଛି । ସ୍ୱର୍ଣ୍ଣମ ଭାରତର ପରିକଳ୍ପନା ସହିତ କୃଷକମାନଙ୍କ ଆର୍ଥିକ , ସାମାଜିକ ତଥା ମାନସିକ ସ୍ଥିତିର ଉନ୍ନତି ଓ ସଶକ୍ତିକରଣର ଲକ୍ଷ ନେଇ ଏକ କାର୍ଯ୍ୟକ୍ରମ ସୋନପୁର ବ୍ରହ୍ମକୁମାରୀ ସେବା କେନ୍ଦ୍ର ବୈଠକ ହୋଇଛି । ସୋନପୁର ସେବାକେନ୍ଦ୍ରର ମୁଖ୍ୟ ସଂଞ୍ଚାଳିକା ବ୍ରହ୍ମକୁମାରୀ ସ୍ନେହା ଭଉଣୀ ମୂଖ୍ୟବକ୍ତା ରୂପେ ଅଭିଯାନର ସମସ୍ତ ରୂପରେଖ ଉପରେ ଆଲୋକପାତ କରିଥିଲେ।ପରେ କାର୍ଯ୍ୟକ୍ରମ ସମାପ୍ତିରେ ସରପଞ୍ଚମାନଙ୍କୁ ସମ୍ମାନିତ କରାଯିବା ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ବୌଦ୍ଧ ଜିଲ୍ଲାର ଗୁଡ଼ଭେଲିପଦର ସରପଞ୍ଚ ଗହଳ ମିଶ୍ର, ଶୁଷ୍ଢିପଦର ସରପଞ୍ଚ ସୁଜାତା ଭୋଇ ଏବଂ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ,ଜନମୁରା ସରପଞ୍ଚ ଦମୟନ୍ତୀ ବାରିକ, କଳାପଥର ସରପଞ୍ଚ ମୋହନ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS