ଗଣିଆ ବ୍ଲକ ଓଷ୍ଠାର ସାମ୍ବିଧାନିକ ସମ୍ମିଳନୀ
ଗଣିଆ ୨୯/୦୯(ମଣିଭଦ୍ରା ଖବର) ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ ଗଣିଆ ବ୍ଲକର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କାହ୍ନୁଚରଣ ରାଉତ ସଭାପତିତ୍ବ କରିଥିବା ବେଳେ ରାଜ୍ୟ ସମ୍ପାଦକ ବିନାୟକ ପରିଡା, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଗୋଲେଖ ବିହାରୀ ସାହୁ, ଜିଲ୍ଲା ଯୁଗ୍ମ ସମ୍ପାଦକ ବିଷ୍ଣୁ ନାରାୟଣ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ଜଗଦୀଶ ମିଶ୍ର ବୈଠକରେ ସଂଯୋଜନା କରିଥିଲେ । ନୂତନ ଭାବେ ଗଣିଆ ବ୍ଲକର କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ କାହ୍ନୁଚରଣ ରାଉତ, ଉପସଭାପତି କୁମୁଦିନୀ ଦେଇ ଏବଂ ପବିତ୍ର କୁମାର ବେହେରା, ସମ୍ପାଦକ ଅରବିନ୍ଦ ମହାଳିକ,ଯୁଗ୍ମ ସମ୍ପାଦକ ଭାବେ ଭାଗିରଥୀ ଜାନି ଏବଂ ସଞ୍ଜୟ କୁମାର ପରିଡ଼ା, ରାଜ୍ୟ କମିଟି ସଦସ୍ୟ ଭାବେ ଜଗଦୀଶ ଚନ୍ଦ୍ର ମିଶ୍ର ଏବଂ ଜିଲ୍ଲା କମିଟି ସଦସ୍ୟ ଭାବେ ସୁଦାମ ସାହୁ, ରୁଦ୍ରମାଧବ ନାୟକ ମନୋନୀତ ହୋଇଛନ୍ତି । ନବନିର୍ବାଚିତ କର୍ମକର୍ତ୍ତା ମାନେ ସଂଗଠନ ପାଇଁ କାର୍ଯ୍ୟ କରିବାକୁ ଶପଥ ଗ୍ରହଣ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment