BREAKING
Loading...
:

ସ୍ଵାଧୀନତାର ଉଚ୍ଛ୍ଵାସ ପର୍ବ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରୁ ପବିତ୍ର ମାଟି ଓ ଜଳ ସଂଗ୍ରହ l

 ସ୍ଵାଧୀନତାର ଉଚ୍ଛ୍ଵାସ ପର୍ବ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରୁ ପବିତ୍ର ମାଟି ଓ ଜଳ ସଂଗ୍ରହ l



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)


ସ୍ଵାଧୀନତାର ଅମୃତ ମହୋତ୍ସବ ଏବଂ ସ୍ଵାଧୀନତାର ଉଚ୍ଛ୍ଵାସ ପର୍ବ ଉପଲକ୍ଷେ ସମସ୍ତ ଜିଲ୍ଲାରୁ ପବିତ୍ର ମାଟି ଓ ଜଳ ରାଜ୍ୟ ବିଧାନସଭାରେ ବୃକ୍ଷ ରୋପଣ ପାଇଁ ପଠା ଯିବାର କାର୍ଯ୍ୟକ୍ରମ ସରକାର କରିଛିନ୍ତି l ସେହି କ୍ରମରେ ରାଜ୍ୟ ରାଜଧାନୀ ଭୁବନେଶ୍ବର ପ୍ରେରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ସ୍ଵାଧୀନତା ସଂଗ୍ରାମ ଓ ପ୍ରଜାମଣ୍ଡଳ ଆନ୍ଦୋଳନ ର  ବିଶିଷ୍ଟ ପାବନ ସ୍ଥଳି ବଗଛେରା  ଗ୍ରାମରୁ ପବିତ୍ର ମାଟି ସଂଗ୍ରହ କାର୍ଯ୍ୟକ୍ରମ ଆଜି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧକ୍ଷତାରେ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବୀରମହାରାଜପୁର  ଉପଜିଲ୍ଲାପାଳ ଅଶୋକ ଭୋଇ, ଆଡିସିନାଲ ଏସପି ହେମନ୍ତ କୁମାର ପାଢୀ , ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବିଡିଓ ହେମସାଗର ଭୋଇ, କଳାପଥର ସରପଞ୍ଚ ପ୍ରମୁଖ ଯୋଗଦେଇଥିଲେ l ସ୍ଥାନୀୟ ଗ୍ରାମବାସୀ ଏକ ବିରାଟ ପଟୁଆରରେ ଅତିଥିଗଣ ଙ୍କୁ ପ୍ରଜାମଣ୍ଡଳ ଆନ୍ଦୋଳନ ର ସଭାସ୍ଥଳ ନେହେରୁ ନଗରକୁ ପାଛୋଟି ନେଇଥିଲେ l ସେଠାରେ ପବିତ୍ର ମାଟିକୁ କୁ ପୂଜା ପୂର୍ବକ ସ୍ଵାଧୀନତା ସଂଗ୍ରାମୀ ଙ୍କ ଦାୟାଦ ପ୍ରଶାନ୍ତ ଶତପଥୀ, ସତ୍ୟପ୍ରିୟ ପଣ୍ଡା ଏବଂ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ମାଟି କଳସ  ପ୍ରଦାନ କରିଥିଲେ l ଏହି ଅବସରରେ ଅତିଥି ମାନେ ଏହି ମାଟିର ବିର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସେମାନଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ସେହିପରି  ଅପରାହ୍ନରେ ଶତାଧିକ ସ୍ଵୟଂସହାୟକ ମହିଳା ମହାନଦୀ ଓ  ତେଲନଦୀ ର ପାବନ ସଙ୍ଗମସ୍ଥଳ  ରାମେଶ୍ଵର ଘାଟରୁ  ପବିତ୍ର ଜଳ ଉତ୍ତୋଳନ କରି କଳସ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପରିଚାଳନା କରିଥିଲେ ଏବଂ ବିଦ୍ୟାପତି ପଣ୍ଡା ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ରେ ସୋନପୁର ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ  ସୂର୍ଯ୍ଯାଂଶୁ ରୁଟ,ତଥା ସମସ୍ତ କାଉନସିଲର ଙ୍କ ସମେତ କାର୍ଯ୍ୟାଳୟର ଶିବ ସାହୁ, ଅଜିତ ନାଏକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS