ଆର୍ଯ୍ୟସମାଜ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ପ୍ରତିନିଧି ସମୁହ ଙ୍କ ବୈଠକ :l -
ସୁବର୍ଣ୍ଣପୁର( ମଣିଭଦ୍ରା ଖବର)ପଶ୍ଚିମ ଓଡ଼ିଶା ଆର୍ଯ୍ୟ ପ୍ରତିନିଧି ସଭା ର ଆହ୍ବାନ କ୍ରମେ ସୋନପୁର ନଗର ପଟାଭାଡିସ୍ଥ ଦୟାନନ୍ଦ ପ୍ଲେ ସ୍କୁଲ ରେ ଆର୍ଯ୍ୟସମାଜ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଏକ ବୈଠକ ଆଚାର୍ଯ୍ଯ ବୃହସ୍ପତିଜୀ ଙ୍କ ସଭାପତିତ୍ବରେ ଓ ଶ୍ରୀ ଧନୁର୍ଦ୍ଧର ମହାପାତ୍ରଙ୍କ ସଞ୍ଚାଳନ ରେ ସୂଚାରୁ ରୂପରେ ସମ୍ପାଦନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଶିବ ପ୍ରସାଦ ପାତ୍ର ସ୍ବାଗତ ଭାଷଣ ଓ ଶ୍ରୀ ରବୀନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ। ପଂ, କୃଷ୍ଣ ଦେବ ଶାସ୍ତ୍ରୀ, ପଂ ,କବୀନ୍ଦ୍ର , ଶ୍ରୀ ରମେଶ ଭୋଇ , ଶ୍ରୀ ରାଜ କୁମାର ବରାଡ , ଶ୍ରୀ ରାମଚନ୍ଦ୍ର ବିଶ୍ବାଳ, ପଂ ପବିତ୍ର ଆଦି ଅନ୍ୟ ଅନେକ ଆର୍ଯ୍ୟସମାଜ ର କାର୍ଯ୍ଯକର୍ତ୍ତା ସାଙ୍ଗଠନିକ ଚର୍ଚ୍ଚା ଆଲୋଚନା କରିଥିଲେ। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ଯକ୍ରମ ରେ ହବନ ଯଜ୍ଞ ସହ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ଯ ହୋଇଥିଲା ଏବଂ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଭାବରେ ଶ୍ରୀ ନିରଞ୍ଜନ ସାହୁ, ସଂପାଦକ ଭାବେ ଶ୍ରୀ ଲଳିତ ମେହେର ତଥା ବୌଦ୍ଧ ଜିଲ୍ଲାର ସଭାପତି ଭାବରେ ଶ୍ରୀ ଦୀନବନ୍ଧୁ ବାନପ୍ରସ୍ଥି ସମେତ ଅନ୍ଯ ଅନେକଙ୍କୁ ଜିଲ୍ଲା କମିଟିରେ ଦାୟିତ୍ବ ଅର୍ପଣ କରାଯାଇ ଥିଲା।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment