BREAKING
Loading...
:

ମା ସୁରେଶ୍ୱରୀ ଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ସୁବର୍ଣ୍ଣପୁର ସହର ଚଳ ଚଞ୍ଚଳ

 ମା ସୁରେଶ୍ୱରୀ ଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ସୁବର୍ଣ୍ଣପୁର ସହର ଚଳ ଚଞ୍ଚଳ 




ସୁବର୍ଣ୍ଣପୁର ( ମଣିଭଦ୍ରା ଖବର)ଆଜି ପବିତ୍ର ତିଥି ମହାଳୟା ଉପଲକ୍ଷେ ମନ୍ଦିର ମାଳିନୀ ସହରତଥା ମନ୍ତ୍ର ତନ୍ତ୍ର ଓ ଯନ୍ତ୍ର ର ସୁବର୍ଣ୍ଣପୁରସହର  ଚଳ ଚଞ୍ଚଳ ହୋଇ ଉଠିଥିବା ବେଳେ ଆଜି ଧଵଳମୁଖୀ ବେଶ ରେ ଇଷ୍ଟ ଦେବୀ ମା ସୁରେଶ୍ୱରୀ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l  ମା ଙ୍କୁ ଦର୍ଶନ ଲାଭ ଓ  ଆଶୀର୍ବାଦ ଭିକ୍ଷା କରିବାକୁ ସକାଳ ୮ ଟା ରୁ ଢେର ରାତି ଯାଏ ମା ଙ୍କ ମନ୍ଦିର ରେ  ସହର ତଥା ଦୂର ଦୁରାନ୍ତ ର ହଜାରହଜାର  ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ରହିଥିଲା l କୋଭିଡ ମହାମାରୀ ପାଇଁ ବିଗତ୨ ବର୍ଷ ଧରି ଭକ୍ତ ଓ ଶ୍ରଦ୍ଧାଳୁ ମା ଙ୍କ ବେଶ ଦର୍ଶନ ରୁ ବଂଚିତ ଥିବା ବେଳେ ଏବର୍ଷ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଛି l ଆଜିଠାରୁ କ୍ରମାନ୍ୱୟରେ ମାଁସୁରେଶ୍ୱରୀ କାଳୀ,ତାରା,ଷୋଡଶୀ,ଭୂବନେଶ୍ୱରୀ,ଭୈରବୀ, ବଗଳାମୁଖି,ଧୂମାବତୀ,ଜୟଦୁର୍ଗା,ମହିଷାମର୍ଦ୍ଦିନୀ ଓ ରାଜରାଜେଶ୍ୱରୀ ବେଶରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେବେ।ଆଜିଠାରୁ ମାଁଙ୍କର ଏଇ ବିରଳ ବେଶ ଦର୍ଶନ ପାଇଁ ସକାଳୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିରହିଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର କମିଟି ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS