ମାଣ୍ଡିଆ ଚାଷ ନିମନ୍ତେ ସଚେତନତା ରଥକୁ ଉଦଘାଟନ କଲେ ବ୍ଳକ ଅଧ୍ୟକ୍ଷା
ଗଣିଆ ୨୬/୦୯(ମଣିଭଦ୍ରା ଖବର) ଜାତୀୟ ପୋଷଣ ମାସ ଉପଲକ୍ଷେ ମାଣ୍ଡିଆ ଚାଷ ନିମନ୍ତେ ସଚେତନତା ରଥକୁ ଉଦଘାଟନ କରିଛନ୍ତି ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ।
ଗଣିଆରେ ଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଣିଆ ଉନ୍ନୟନ କମିଟି ଆନୁକୂଲ୍ୟରେ ଏହି ସଚେତନତା ରଥ ୪ ଦିନ ଧରି ଗଣିଆ ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସ୍ଥିର କରାଯାଇଛି । ଏହି ଅବସରରେ ବ୍ଳକ ପରିସରରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, କୃଷି ଅଧିକାରୀ ନିଳାଦ୍ରୀକାନ୍ତ ଗିରି,ସିଡିପିଓ ସୈଦାମିନୀ ପଣ୍ଡା, ଗଣିଆ ଉନ୍ନୟନ କମିଟି ସଭାପତି ଉଷା ପଟ୍ଟନାୟକ, ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା, ନିରଞ୍ଜନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । କୃଷି ବିଭାଗ ତରଫରୁ ଗଣିଆ ବ୍ଲକର ବଡସିଲିଙ୍ଗା ଓ ଛାମୁଣ୍ଡିଆ ପଞ୍ଚାୟତରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୧୧ ପ୍ରକାର ମାଣ୍ଡିଆ ଚାଷ କରାଯାଇଥିବା ବେଳେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଣିଆ ଉନ୍ନୟନ କମିଟି ଏହି ଚାଷକାର୍ଯ୍ୟର ଦାୟିତ୍ଵ ଗ୍ରହଣ କରିଥିବା ଜଣାପଡିଛି । ତେବେ ଆଜି ପ୍ରଥମ ଦିନରେ ଏହି ରଥକୁ କରଡାପଡା ପଞ୍ଚାୟତରେ ସରପଞ୍ଚ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଗାଁ ଗାଁରେ ଚାଷୀ ମାନଙ୍କୁ ମାଣ୍ଡିଆ ଚାଷ ସମ୍ପର୍କରେ ସଚେତନ କରିବା ଏହି ରଥର ମୂଳ ଲକ୍ଷ୍ୟ ବୋଲି କୃଷି ଅଧିକାରୀ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment