BREAKING
Loading...
:

ବୌଦ୍ଧ ୯ ନମ୍ବର ୱାର୍ଡସ୍ଥିତ ବିଜୁ ଆଦର୍ଶ କଲୋନୀରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ l

 ବୌଦ୍ଧ ୯ ନମ୍ବର ୱାର୍ଡସ୍ଥିତ ବିଜୁ ଆଦର୍ଶ କଲୋନୀରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ l 




ସୁବର୍ଣ୍ଣପୁର  (ମଣିଭଦ୍ରା ଖବର) ଆଜାଦି କା ଅମୃତ ମହୋତ୍ସବର ୭୫ବର୍ଷ ପୁର୍ତ୍ତି ଉପଲକ୍ଷେ ଜାଗା ମିଶନ ଯୋଜନାରେବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୯ ନମ୍ବର ୱାର୍ଡସ୍ଥିତ ବିଜୁ ଆଦର୍ଶ କଲୋନୀ ( ସ୍ଲମ ଅଞ୍ଚଳ)ର ସମସ୍ତଙ୍କୁ ନେଇ ଗାନ୍ଧୀ ଓ ଓଡ଼ିଶାର ବିଷୟବସ୍ତୁ ଉପରେ ଝୋଟି,ସଙ୍ଗୀତ,ବକ୍ତୃତା, ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜୁ ଆଦର୍ଶ କଲୋନୀର  ସଭାପତି ଅନ୍ନପୂର୍ଣ୍ଣା ନାଏକ,ସଂପାଦିକା ସସ୍ମିତା ଗାଈଗୌରିଆ ଓ କଲୋନୀର ଛୋଟଠାରୁ ବଡ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୯ ନମ୍ବର ୱାର୍ଡ କାଉନସିଲର ସ୍ୱର୍ଣ୍ଣଲତା ଦଳେଇ,ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, ଜାଗା ମିଶନ ସଂଯୋଜକ ରାହୁଲ ପାଲ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ସଂଗଠିକା ସୁପର୍ଣ୍ଣା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l 



ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS