ବେଦ କର୍ମକାଣ୍ଡ ବିଦ୍ୟାଳୟ, ପୁରୀରେ ଅନ୍ତର୍ଜାତୀୟ ଜାତୀୟ ସେବା ଶିବିର ଦିବସ ପାଳିତ
ପୁରୀ (ମଣିଭଦ୍ରା ଖବର) ଶ୍ରୀକ୍ଷେତ୍ର ପୁରୀରେ ଥିବା ବେଦ କର୍ମକାଣ୍ଡ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଜାତୀୟ ସେବା ଶିବିର ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗବନ୍ଧୁ ମିଶ୍ରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଜାତୀୟ ସେବା ଶିବିର ସଂଯୋଜକ ବସନ୍ତ ମିଶ୍ର ଯୋଗ ଦେଇଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଚନ୍ଦନ ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜଗନ୍ନାଥ ବିଶ୍ଵବିଦ୍ୟାଳୟ, ଜାତୀୟ ସେବା ଶିବିରର ପ୍ରୋଗ୍ରାମ ଅଫିସର ଡ଼ାଃ ହରପ୍ରିୟା ଦାଶ, ମନିଷା ସାମଲ , ଜାତୀୟ କୁସ୍ତି କୋଚ ତଥା ଏହି ମହାବିଦ୍ୟାଳୟ ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
ଏହି ମହାବିଦ୍ୟାଳୟରେ ପାଠ ପଢି ସଫଳତା ଲାଭ କରିଥିବା ଛାତ୍ରୀ ମନିଷାଙ୍କୁ ଜଗନ୍ନାଥଙ୍କ ଫଟୋଚିତ୍ର ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜାତୀୟ ସେବା ଶିବିରରେ ଯୋଗ ଦେଲେ ଛାତ୍ର ଛାତ୍ରୀ ମାନେ ଅନେକ କଥା ଶିକ୍ଷା ଲାଭ କରିବା ସହିତ ସେବାକୁ ଆପଣେଇ ପାରିବେ ବୋଲି ଅଧ୍ୟକ୍ଷ ମତ ଦେଇଥିଲେ । ଏହି ମହାବିଦ୍ୟାଳୟରେ ପାଠ ପଡ଼ିଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଥିଲେ ଛାତ୍ରୀ ମନିଷା । ଆଜି ଏଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ଏହା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ ପ୍ରକାଶ କରିଥିଲେ ।
ରିପୋର୍ଟ କାର୍ତ୍ତିକ ପଣ୍ଡା, ପୁରୀ
إرسال تعليق