BREAKING
Loading...
:

ବୁଦ୍ଧିପାଉଛି ବେଆଇନ ମଦ କାରବାର , ଚେଇଁ ଶୋଇଛି ଅବକାରୀ ବିଭାଗ l

 ବୁଦ୍ଧିପାଉଛି ବେଆଇନ ମଦ କାରବାର , ଚେଇଁ ଶୋଇଛି ଅବକାରୀ ବିଭାଗ l 




ସୁବର୍ଣ୍ଣପୁର ( ମଣିଭଦ୍ରା ଖବର)ସୁବର୍ଣ୍ଣପୁରଜିଲ୍ଲାର ବିଭିନ୍ନ ଅଂଚଳରେଦିନକୁ ଦିନ ବେଆଇନ ମଦ କାରବାରବୃଦ୍ଧି ପାଇବାରେ ଲାଗିଛି । ଏଥିସହବିଭିନ୍ନ ସ୍ଥାନରେ ମଦ ବିକ୍ରି ହେଉଥିବାଅଭିଯୋଗ ହେଉଛି । ଜଣେ ଜଣେ ବ୍ୟକ୍ତିଏକାଧିକ ଜାଗାରେ ମଦ କାରବାରଚଳାଇ ନିରୀହ ଲୋକଙ୍କୁ ଶୋଷଣକରୁଛନ୍ତି । ଜିଲ୍ଲାର ଅଧିକାଂଶ ଗାଁରେଏବେ ଛତୁ ଫୁଟିଲା ଭଳି ବେଆଇନ ଦେଶୀ ଓ ବିଦେଶୀ ମଦବିକ୍ରି ଚାଲିଛି । ଏହାକୁ ନେଇ ବିଭିନ୍ନସ୍ଥାନରେ ଆନ୍ଦୋଳନ ମଧ୍ୟ ତେଜିବାରେଲାଗିଛି । ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଂଚଳରେଅବକାରୀ ଥାନା ଥାଇ ମଧ୍ୟ ସବୁ ବେଳେ ବନ୍ଦ ରହୁଛି । ଚୋରା ମଦ କାରବାରପାଇଁ ଲୋକେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ ।ଗାଁ ମାନଙ୍କରେ କୁଚିଆ ମଦଭାଟି ମାନ ଖୋଲି ଖୁଲମଖୁଲା ଦେଶୀ ଓ ବିଦେଶୀ  ବିକ୍ରି ହେଉଛି । ଗ୍ରାମାଞ୍ଚଳ ରେ କୁଚିଆ ମଦ ବିକ୍ରି ହେଉଥିବା ଦେଖି ନଦେଖିଲା ପରି ଅବକାରୀ ବିଭାଗ ଚୁପ୍ ରହୁଛି। ଯଦି କୋୖଣସି ବ୍ୟକ୍ତି ଅବକାରୀ ଥାନାକୁଫୋନ କଲେ କେହି ଶୁଣନ୍ତି ନାହିଁ । ମାତ୍ର ଅଫିସରମାନେସବୁ ଜାଣି ଚୁପ ରହୁଛନ୍ତି।

ବୋଲି ସେ କହିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ଅବକାରୀ କାର୍ଯ୍ୟାଳୟରେ କମର୍ଚାରୀ ଅଭାବର ଆଳ ଦେଖାଇଅବକାରୀ ବିଭାଗ ନୀରବ ରହି ମଦବେପାରୀଙ୍କ ସହିତ ସଲାସୁତୁରା କରି ହାତ ବାନ୍ଧି ବସିଥିବା ବେଳେ ଯଦି କିଏକେତେ ବେଳେ ୩ ରୁ ୪ଲିଟର ମଦ ଧରି କି ଭୋଜି ପାଇଁ ନେଲେନିରୀହ ଲୋକମାନଙ୍କୁ ମିଥ୍ୟାଅଭିଯୋଗ ରେ କୋର୍ଟ ଚାଲାଣ କରୁଛି ।ଭଟି କମର୍ଚାରୀମାନେ ରାତିଅଧିଆ ଗରିବଲୋକମାନଙ୍କୁ ଧରି ଅବକାରୀ ବିଭାଗ କୁହସ୍ତାନ୍ତର କରୁଥିବା ହେତୁ ତାହାକୁ ନେଇ

ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀମାନେ

ଅବକାରୀ ନିୟମକୁ ବେଖାତିର କରିସେମାନେ ଖୁଲମଖୁଲା ମଦ ବିକ୍ରି ପାଇଁଗାଁ ଗାଁରେ ନିଜ କମର୍ଚାରୀଙ୍କ ଦ୍ୱାରା ମଦଯୋଗାଇ ଦେଉଥିବା ହେତୁ ଗ୍ରାମାଂଚଳ ରେଚୋରି, ରାହାଯାନୀ, ଡକାୟତି, ଆଦି

ହିଂସାତ୍ମକ କାର୍ଯ୍ୟଗୁଡିକ ବଢ଼ିବାରେ ଲାଗିଛି । ସେହିପରି ବିଦେଶୀ ମଦ ଦୋକାନ ଆଗରେ ମଦର ଦର,ତାଲିକା ଟାଙ୍ଗିବା ପାଇଁ ନିୟମ

ରହିଥିବାବେଳେ ସଂପୃକ୍ତ ମଦବ୍ୟବସାୟୀମାନେ ଏହାକୁ ବେଖାତିର

କରୁଛନ୍ତି । ଏହି ନିୟମ ଉଲ୍ଲଙ୍ଘନ କରୁଥିବା ମଦ ବ୍ୟବସାୟୀଙ୍କ

ବିରୋଧରେ ବିଭାଗ ପକ୍ଷରୁ କୌଣସି

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ଫଳରେ ମଦ ବ୍ୟବସାୟୀଙ୍କ ସହ

ଅବକାରୀ ବିଭାଗର ସଲାସୁତୁରା ଥିବା

ଜନମାନସରେ ଚର୍ଚ୍ଚା ହେଉଛି । ଏପେଟ

ମଦ ବ୍ୟବସାୟୀମାନେ ମଦର ଦର

ତାଲିକା ଦୋକାନ ଆଗରେ ଟାଙ୍ଗି ଫଟୋ

ଉଠାଇ ବିଭାଗକୁ ପଠାଇ ପରେ ପୁଣି

ଥରେ ଖୋଲି ଦେଉଥିବା ଜଣାପଡିଛି । ଜିଲ୍ଲା ସଦର ମହକୁମା ହେଉକି ବ୍ଲକରେ ଥିବା ଏହି ଦୋକାନଗୁଡିକ

ଉପରେ ଅତର୍କିତ ଚଢାଉ କରାଗଲେ

କେଉଁମାନେ ଦର ତାଲିକା ଟାଙ୍ଗୁଛନ୍ତି

କେଉଁମାନେ ଟାଙ୍ଗୁନାହାନ୍ତି ତାହା

ଜଣାପଡନ୍ତା । ସେହିପରି ପ୍ରିଂଟ ରେଟ

ଠାରୁ ମନଇଚ୍ଛା ଅଧିକ ଦରରେ ମଦ

ଦୋକାନୀ ମଦ ବିକ୍ରି କରୁଥିବାବେଳେ

ଅବକାରୀ ବିଭାଗ ଓ ପୋଲିସ ବିଭାଗ

ନୀରବଦ୍ରଷ୍ଟା ସାଜିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS