ଗଣିଆରେ ୮୨ ଜଣ ଦେଲେ ୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା
ଗଣିଆ (ମଣିଭଦ୍ରା ଖବର) ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବ୍ଳକର ୮୩ ଜଣ ଛାତ୍ର ଛାତ୍ରୀ ଏହି ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ । ସେଥିମଧ୍ୟରୁ ୫୦ ଜଣ ଛାତ୍ରୀ ଏବଂ ୩୩ ଜଣ ଛାତ୍ର । ତେବେ ଆଜି ୮୨ ଜଣ ପରୀକ୍ଷା ଦେଇଥିବା ବେଳେ ଜଣେ ଛାତ୍ରୀ ଅନୁପସ୍ଥିତ ଥିବା ଜଣାପଡିଛି । ଛାତ୍ରୀ ଜଣକ କୃଷ୍ନପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ବୋଲି ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ମହାରଣା ପ୍ରକାଶ କରିଛନ୍ତି । ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ମହାରଣା, ପ୍ରଧାନଶିକ୍ଷକ ପବିତ୍ର କୁମାର ବେହେରା, ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରୀକ୍ଷା ପରିଚାଳନା ହୋଇଥିବା ଜଣାପଡିଛି । କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment