BREAKING
Loading...
:

ଦୋକାନରେ କଳା କନା ବୁଲାଇଲେ ଦୁର୍ବୃତ୍ତ,ଥାନାରେ ଅଭିଯୋଗ

 ଦୋକାନରେ କଳା କନା ବୁଲାଇଲେ ଦୁର୍ବୃତ୍ତ,ଥାନାରେ ଅଭିଯୋଗ 




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ଥାନା ଜଗନ୍ନାଥ ପ୍ରସାଦ ଗ୍ରାମରେ ଏକ ଦୋକାନ ର ତାଲା ଭାଙ୍ଗି କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ।ସୂଚନା ଅନୁଯାୟୀ ସୋରଡ଼ା ପଞ୍ଚାୟତ  ଜଗନ୍ନାଥ ପ୍ରସାଦ ଗ୍ରାମର ଜିତେନ୍ଦ୍ର ମହାପାତ୍ର ଙ୍କ ଦୋକାନ ତାଲା ଭାଙ୍ଗି୨୦ ହଜାର ଟଙ୍କାର  ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଏବଂ ୬ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।ଜିତେନ୍ଦ୍ର ଏ ଘଟଣା ଜାଣିବା ପରେ ନୂଆଗାଁ ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ନୂଆଗାଁ ଥାନା  ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ଦୋକାନ ଘର ଦେଖିବା ସହ ତଦନ୍ତ ଆରମ୍ଭ କରାଯାଇଥିବା ନୂଆଗାଁ ଥାନା ଅଧିକାରୀଣୀ ପୁଷ୍ପଲତା ବେହେରା ସୂଚନା ଦେଇଛନ୍ତି। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS