BREAKING
Loading...
:

ଆନ୍ତର୍ଜାତିକ ସାକ୍ଷରତା ଦିବସରେ ଶିକ୍ଷକ ସମ୍ବର୍ଦ୍ଧିତ ।

 ଆନ୍ତର୍ଜାତିକ ସାକ୍ଷରତା ଦିବସରେ ଶିକ୍ଷକ ସମ୍ବର୍ଦ୍ଧିତ ।



ଦଶପଲ୍ଲା (ମଣିଭଦ୍ରା ଖବର)

ରୋଟାରୀକ୍ଳବ ଅଫ୍ ଦଶପଲ୍ଲା ପକ୍ଷରୁ ଗୁରୁବାର ଦିନ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଦଶପଲ୍ଲା କଚେରୀ ନିକଟସ୍ଥ ମୋହରିର ଖାନା ପରିସରରେ ଏଥି ନିମନ୍ତେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ।  ରୋଟାରୀକ୍ଳବ ସଭାପତି ବିଜୟ କୁମାର ଅଗ୍ରୱାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ  ସଂପାଦକ ସନ୍ତୋଷ କୁମାର ସାହୁ ସଭା ସଂପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଶିକ୍ଷକ ଏ ଜାତିର ମେରୁଦଣ୍ଡ । ଶିଶୁ ବେଳରୁ ତାକୁ  ଉଚିତ୍ ମାର୍ଗ ଦର୍ଶନ କରିବା ସହ ତାଙ୍କ ଦ୍ବାରା ତିଆରି ହୋଇଥିବା ଶିଶୁଟି କିଭଳି ଦୁନିଆରେ ଆଦୃତି ଲାଭ କରିବା ସଙ୍ଗେ ସଙ୍ଗେ ଜଣେ ପ୍ରତିଭାବାନ୍ ବ୍ୟକ୍ତିତ୍ବ ଭାବେ ପ୍ରତିଷ୍ଠା ଅର୍ଜନ କରିବ ତାହାହିଁ ଜଣେ ଶିକ୍ଷକ କାମନା କରିଥାଏ। ପିତା ମାତାଙ୍କ ପରେ ଯଦି କେହି ଶିଶୁର ଉଜ୍ବଳ ଭବିଷ୍ୟତ କାମନା କରେ ସେ ହେଉଛି ଶିକ୍ଷକ ।ଏହି ଅବସରରେ  ଏସ୍ଏନଏମ୍ଇ ପାଟଣା ସ୍କୁଲର  ଅବସର ପ୍ରାପ୍ତ ଶିକ୍ଷକ ପଦ୍ମନାଭ ମଲ୍ଲିକ, ବିଷ୍ଣୁ ନାରାୟଣ ଷଡଙ୍ଗୀ ତୁମାଣ୍ଡି ହାଇସ୍କୁଲ,ନିର୍ମଳା କୁମାରୀ ଦାଶ ଦଶପଲ୍ଲା ବାଳିକା ହାଇସ୍କୁଲ,ଅଜୟ କୁମାର ବେହେରା ନେଳିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସନ୍ତୋଷ କୁମାର ରଣା ଅବସରପ୍ରାପ୍ତ ଅଧ୍ୟାପକ ବିଏସ୍  କଲେଜ ଦଶପଲ୍ଲା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ,ଏନ୍ଏସି ଅଧ୍ୟକ୍ଷା ଇଂ ପୁନମ୍ ପ୍ରିୟଦର୍ଶିନୀ, ରୋଟାରିଆନ୍  ଶିବ କୁମାର ରାୟ,ଶିକ୍ଷକ ରଘୁନାଥ ସାହୁ ଉପସ୍ଥିତ ଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS