BREAKING
Loading...
:

ବିଦ୍ୟାଳୟ ରେ ଶିକ୍ଷକଙ୍କ ଦାଦାଗିରି।

 ବିଦ୍ୟାଳୟ ରେ ଶିକ୍ଷକଙ୍କ ଦାଦାଗିରି।




ସୁବର୍ଣ୍ଣପୁର - କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ଅନ୍ତର୍ଗତ ଚାରପାଲି ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅସନ୍ତୁଷ୍ଟ ଅଭିଭାବକ ବୃନ୍ଦ ଆଜି କଣ୍ଟାମାଳ ଗୋଷ୍ଠୀ ଅଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।ତାପରେ ବିଦ୍ୟାଳୟରେ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଛି ।ମିଳିଥିବା ସୂଚନା ଅନୁସାରେ ,ଉକ୍ତ ବିଦ୍ୟାଳୟରେ ମୋଟ ୩୯ଜଣ ଛାତ୍ର ଛାତ୍ରୀ ପାଠ ପଢନ୍ତି ।କିନ୍ତୁ କିଛି ଦିନ ଆଗରୁ ଏହି ବିଦ୍ୟାଳୟରେ ୩ଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲେ ।ଗତ କିଛିଦିନ ହେବ ସଦାଶିବ ମେହେର ନାମକ ଜଣେ ଶିକ୍ଷକଙ୍କ ଅନ୍ୟତ୍ର ବଦଳି ହୋଇଗଲା ।କିନ୍ତୁ ଶିକ୍ଷକ ସଦାଶିବ ମେହେର ଙ୍କ ବଦଳି ପରେ ଉକ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଲା ।କାହିଁକି ନା ଉକ୍ତ ଶିକ୍ଷକ ଜଣକ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ଶିକ୍ଷାଦାନ ଦେଉଥିଲେ ।ସେଥିପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ।କିନ୍ତୁ କୌଣସି ସୁଫଳ ମିଳି ନାହିଁ ।ଆଉ ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ପ୍ରଧାନ ଶିକ୍ଷକ ନିୟମିତ ବିଦ୍ୟାଳୟ କୁ ଠିକ୍ ସମୟରେ ଆସନ୍ତି ।କିନ୍ତୁ ଆଉ ଜଣେ ସହକାରୀ ଶିକ୍ଷକ ହୃଷୀକେଶ ମିଶ୍ର କେବେ ୧୧ଟା ରେ ତ କେବେ ୧୧.୩୦ମିନିଟ ସମୟରେ ବିଦ୍ୟାଳୟକୁ ଶିକ୍ଷାଦାନ କରିବାକୁ ଆସନ୍ତି ।ସେଥିପାଇଁ ଆଜି ଅଭିଭାବକ ମାନେ ମିଶି ବିଦ୍ୟାଳୟରେ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଛି।ଏଠାରେ ପ୍ରକାଶ ଥାଉକୀ,ଶିକ୍ଷକ ହୃଷୀକେଶ ମିଶ୍ର ପୁଣି ତାଙ୍କ ନିଜ ଗାଁ ଏହି ଚାରପାଲି ଗାଁ ।ନିଜ ଗାଁରେ ଶିକ୍ଷକ ଜଣକ ଭଲ ପାଠ ପଢ଼ାଇବା ପରିବର୍ତ୍ତେ ଏମିତି ମନମୁଖୀ କାର୍ଯ୍ୟ କେମିତି ଭାବରେ କରୁଛନ୍ତି ତାହା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି  ।ନିଜ ଗାଁର  ଶିକ୍ଷକଙ୍କ ବିରୋଦ୍ଧରେ ଗ୍ରାମବାସୀ ମାନେ  ଅଭିଯୋଗ ଆଣିବାରୁ ଉକ୍ବ ଶିକ୍ଷକ ଜଣକ ଅଭିଭାବକ ମାନଙ୍କୁ ମାଡ଼ ମାରିବା ପାଇଁ ଧମକ ଦେଉଛନ୍ତି ।ଗାଁ ଶିକ୍ଷକଙ୍କ ବିରୁଦ୍ଧରେ ତାଲା ପକାଇବା କେତେଦୂର ଯଥାର୍ଥ ।ପ୍ରକାଶ ଚନ୍ଦ୍ର କ୍ଷେତୀ,କୃପାସିନ୍ଧୁ କମ୍ପ,ଜଗତ ମୋହନ ସେଠୀ,ଆଶିଷ ମହାକୁଡ଼,ଅନିରୁଦ୍ଧ କର୍ମୀ ,ମଧୁସୂଦନ ସାଣ୍ଢ,ରାଜୁ ବଣ୍ଡକି,ଚମ୍ପେଶ୍ୱର ମହାକୁଡ଼,ବ୍ରଜ ମୋହନ ସେଠୀ,ସନ୍ତୋଷ ମହାନନ୍ଦ,ଶ୍ରୀଧର ବଣ୍ଡକି,ପ୍ରକାଶ ହାତୀ,ଧନେଶ୍ଵର ତାଣ୍ଡିଆ,ବିନୋଦ ମାହାର,ମୁରଲୀ କ୍ଷେତୀ, ବୈଦେହି ସେଠୀ,ଦେବେନ୍ଦ୍ର କ୍ଷେତୀ,ଅଭିମନ୍ୟୁ ଷାଣ୍ଢ ପ୍ରମୁଖ ମିଶି ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇଥିଲେ ।ଏସମ୍ପର୍କରେ ଆମେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ତଥା କଣ୍ଟାମାଳ ଗୋଷ୍ଟି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେରଙ୍କୁ ପଚାରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ଉକ୍ତ ଶିକ୍ଷକ ଜଣକ ପ୍ରତି ବୌଦ୍ଧ ଶିକ୍ଷା ବିଭାଗ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କିମ୍ବା ନିଜର ଗେହ୍ଲା ପୁଅ ଭାବି ସବୁ ମାଫ କରିଦେବେ ତାହା ଦେଖିବାକୁ ବାକି ରହିଲା l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS