BREAKING
Loading...
:

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

 ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ l 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)

ଓଡିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ତିନି ଜଣିଆ ପ୍ରତିନିଧି ମଣ୍ଡଳୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ଙ୍କ ନେତୃତ୍ୱରେ ଆଜି ସୁବର୍ଣ୍ଣପୁର ଜିଲ୍ଳା ଗସ୍ତରେ ପହଂଚିଥିଲେ l ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ପ୍ରଥମେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦାନ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଥିଲେ l ସମୀକ୍ଷା ବୈଠକରେ ବିଶେଷ ଭାବେ ଖାଦ୍ୟ ନିରାପତ୍ତା, ସ୍କୁଲ ଗୁଡିକୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନ ନିମନ୍ତେ ଚାଉଳ ଯୋଗାଣର ସୁବ୍ୟବସ୍ଥା, ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସାଧାରଣ ବଣ୍ଟନ ବ୍ୟବସ୍ଥା, କୃଷି ବୀମା ଯୋଜନାର କାର୍ଯ୍ୟକାରିତା, ଧାନ କିଣା ବିକା ତଥା ବିଭିନ୍ନ ମଣ୍ଡି ର ସୁପରିଚାଳନା ନିମନ୍ତେ ମଣ୍ଡି ପରିସରରେ ସି ସି ଟି ଭି କ୍ୟାମେରା ଲଗାଇବାକୁ ସୁନିଶ୍ଚିତ କରିବା,ସେବା ସମବାୟ ତରଫରୁ କୃଷି ଋଣ ପ୍ରଦାନ, ଚାଷୀ ପଞ୍ଜିକରଣ ଉପରେ ଆବଶ୍ୟକ ପଦକ୍ଷେପ, ଜିଲ୍ଲାରେ ବୟନ ଶିଳ୍ପ ଓ ହସ୍ତ ତନ୍ତର ବିକାଶ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିବା ସହ ଆବଶ୍ୟକ ତଥ୍ୟ ସଂଗ୍ରହ  କରିଥିଲେ କମିଟିର ପ୍ରତିନିଧି ମଣ୍ଡଳୀ  l ପରେ ପରେ କମିଟି ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ମହାଦା ପେକ୍ସ, ବୀରମହାରାଜପୁର ଠାରେ ସ୍ଥିତ କିରୋସିନି ହୋଲ ସେଲ ଡିପୋ ର ପରିଦର୍ଶନ କରିଥିଲେ l ତତ ପରେ କମିଟି ବୟନ ଗ୍ରାମ କେନ୍ଦୁପାଲି ଠାରେ ବୁଣାକାର ସମବାୟ ସମିତି କେନ୍ଦ୍ରରେ ସମିତି କର୍ମକର୍ତ୍ତା ତଥା ଗ୍ରାମର ଅନ୍ୟାନ୍ୟ ବୁଣାକାର ପରିବାର ଓ ବୁଣାକାରଙ୍କ ସହ ବୟନ ଓ ହସ୍ତ ତନ୍ତ ସମ୍ୱନ୍ଧୀୟ ଯୋଜନା ଓ କାର୍ଯ୍ୟକାରିତା ଉପରେ ପଚାରି ବୁଝିଥିଲେ ଏବଂ ବୁଣାକାର ମାନଙ୍କ ଦ୍ୱାରା ଅନୁଷ୍ଠିତ ଏକ ସଭାରେ  ଯୋଗଦାନ କରିଥିଲେ l ଏହି ପରିପ୍ରେକ୍ଷୀରେ ବୁଣାକାରସମୂହ କମିଟି ଆଗରେ ବୟନ ସମ୍ୱନ୍ଧୀୟ  ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ l ଏହି ଗସ୍ତ ଅବସରରେ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ଙ୍କ ସହ କମିଟିର ସଦସ୍ୟ କଣ୍ଟାମାଲ ବିଧାୟକ ଶ୍ରୀଯୁକ୍ତ ମହୀଧର ରଣା,  ଲାଞ୍ଜିଗଡ଼ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶିରୀ ପ୍ରମୁଖ ଯୋଗଦାନ କରି ଜିଲ୍ଲାରେ ସରକାରୀ ଯୋଜନାର ବ୍ୟବସ୍ଥିତ ଓ ସଫଳ ରୂପାୟନ ପାଇଁ ଅଧିକାରୀ ବୃନ୍ଦ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l କମିଟି ଗସ୍ତ ନିମନ୍ତେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନିଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ନିଶି ପୁନମ ମିଞ୍ଜ, ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ଅଶୋକ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ, ଉପ କୃଷି ନିର୍ଦେଶକ, କୋ ଅପରେଟିଭ ଅଧିକାରୀ, ଜିଲ୍ଳା ବୟନ ଶିଳ୍ପ ଅଧିକାରୀ, ଜିଲ୍ଲା ବେସାମାରିକ ଯୋଗାଣ ଅଧିକାରୀ, ପ୍ରତିନିଧି ମଣ୍ଡଳୀ ଙ୍କ ସହ ଆସିଥିବା ଅଧିକାରୀ ବୃନ୍ଦ, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ  


lରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS