ନୂଆଗାଁ ବ୍ଲକ୍ ରେ ୧୫୭ ଜଣ ଛାତ୍ର ଛାତ୍ରୀ ଦେଲେ ପଞ୍ଚମ ମେଧାବୃତ୍ତି ପରୀକ୍ଷା
ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ, ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ବାହାଡ଼ ଝୋଲା ଉଚ୍ଚ ବିଦ୍ୟାଳୟ ରେ ୧୫୭ ଜଣ ଛାତ୍ର ଛାତ୍ରୀ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଇଛନ୍ତି।ସୂଚନା ଅନୁଯାୟୀ ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ୪୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବା କୁ ଥିବା ବେଳେ ୪୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି।ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ୭୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବା କୁ ଥିବା ବେଳେ ୬୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି।ପର୍ଯ୍ୟବେକ୍ଷକ ଭାବେ ସି ଆର୍ ସି ସି ନିମେଇ ଚରଣ ସାହୁ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।ସେହିପରି ବାହାଡ ଝୋଲା ଉଚ୍ଚ ବିଦ୍ୟାଳୟ ରେ ୪୬ ଜଣ ଛାତ୍ର ଛାତ୍ରୀ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଇଛନ୍ତି।ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋସ୍ନାରାଣୀ ସେଠୀ ପର୍ଯ୍ୟବେକ୍ଷକ ଭାବେ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।ସୁଚାରୁରୂପେ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ସମାପନ ହୋଇଥିବା ଜଣା ପଡିଛି।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment