ବିଦ୍ୟୁତ୍ ଠିକାଦାରଙ୍କ ଦାଦାଗିରୀ, ବିଦ୍ୟୁତ୍ କରଣ ଆଳରେ ଏକର ଏକର ଧାନ ଫସଲ ନଷ୍ଟ,
ଦଶପଲ୍ଲା (ମଣିଭଦ୍ରା ଖବର) : - ବିଦ୍ୟୁତ୍ କରଣ ଆଳରେ ନଷ୍ଟ ହେଉଛି ଏକର ଏକର ଧାନ ଫସଲ । ଚାଷୀ ଓ ଜମି ମାଲିକଙ୍କ ବିନା ପରାମର୍ଷରେ ଠିକାଦାର କରୁଛନ୍ତି କାର୍ଯ୍ୟ । ଧାନକ୍ଷେତ ମଧ୍ୟରେ ଅନଧିକାର ଭାବରେ ପକାଉଛନ୍ତି ବିଦ୍ୟୁତ୍ ଖୁଣ୍ଟି ଓ ଟାଣୁଛନ୍ତି ତାର । ଯଦ୍ବାରା, ଥୋଡ ଧରିଥିବା ଧାନକ୍ଷେତ ହେଉଛି କ୍ଷତିଗ୍ରସ୍ତ । ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍, ଟାକରା ଗ୍ରାମପଂଚାୟତର ଟାକରା, ଗୋପାଳପୁର ଓ ଅଶିନିବେରେଣା ଅଂଚଳରେ । ବିଗତ ୧୫ ଦିନଧରି ବିଦ୍ୟୁତ୍ ଠିକାଦାର, କାହାକୁ କିଛି ନ ଜଣାଇ,ନିଜ ଇଛାରେ ଥୋଡ ଧରିଥିବା ଫସଲ କ୍ଷତିକରି ଚାଲିଛନ୍ତି । ଗତକାଲି କ୍ଷତିଗ୍ରସ୍ତ ଚାଷୀମାନେ, ସଂପୃକ୍ତ ଠିକାଦାରିସଂସ୍ଥାର କର୍ମଚାରୀ ମାନକୁଂ ଏ ବିଷୟରେ ପଚାରିବାରୁ, ସେମାନେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହାର ପ୍ରତିବାଦରେ କ୍ଷତିଗ୍ରସ୍ତ ଚାଷୀମାନେ ନିର୍ମାଣାଧୀନ ବିଦ୍ୟୁତ୍ କାର୍ଯ୍ୟ କୁ ଆଜି ବନ୍ଦ କରିବାରୁ ,ବିଦ୍ୟୁତ୍ ଠିକାଦାରିସଂସ୍ଥାର ର କର୍ମଚାରୀ ଓ ଚାଷୀଙ୍କ ମଧ୍ୟରେ ବଚଷା ହୋଇଥିଲା ।
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋଟ ମଣି ଭଦ୍ରା ଖବର,
إرسال تعليق