ପୋଲ ନିର୍ମାଣରେ ଅନିୟମିତତା,୬୧୩ ମିଟର ତିଆରି କରି ୯୧୩ ମିଟର ନିର୍ମାଣର ଟଙ୍କା ଠକି ନେଲେ ବିଭାଗୀୟ ଅଧିକାରୀ,ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ସଜବାଜ l
ସୁବର୍ଣ୍ଣପୁର( ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଜୋର ଗ୍ରାମ ଦେଇ ବହି ଯାଉଥିବା ତେଲନଦୀ ଉପରେ ବିଜୁ ସେତୁ ଯୋଜନାରେ ନିର୍ମିତ ହୋଇଥିବା ଗବଜୋର - ବୈଦ୍ୟନାଥ ସେତୁ ୨୦୧୫ ମସିହାରୁ ଆରମ୍ଭ ହୋଇ ଦୀର୍ଘ ୮ବର୍ଷ ବିତି ଯାଇଥିଲେ ମଧ୍ୟ ଗତ ମାର୍ଚ୍ଚ ମାସରେ ସଂପୂର୍ଣ୍ଣ ହୋଇଥିଲା ।ଏହି ସେତୁଟି ଉପରେ ହରଡଖୋଲ,ବାଲଯୁରି, ନରସିଂହ ଗଡ,ବୈଦ୍ୟନାଥ,ଖମ୍ବେଶ୍ୱରୀପାଲି, ସାହାଜପିଟା,ଗବଜୋର ଓ ପଥର୍ଲା ଆଦି ଗ୍ରାମ ଗୁଡିକ ବିଶେଷ ଭାବରେ ଉପକୃତ ହେବା ।ସେତୁ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଫଳକରେ ସେତୁର ଲମ୍ବ ୬୧୩ ମିଟର ବଦଳରେ ୯୧୩ମିଟର ଲେଖାଥିବା ଦେଖିବାକୁ ମିଳିଥିଲା ।ଯାହା ଫଳରେ ପୂର୍ବ ଅଟକଳ ତୁଳନାରେ ୩୦୦ମିଟର ଅଧିକ ସେତୁ ନିର୍ମାଣ ବାବଦରେ ଅଧିକ ଟଙ୍କା ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି । ଯାହାକି ଲେଖନୀରେ ଚଞ୍ଚକତା କରି ସରକାରୀ ଅର୍ଥ ଆତ୍ମସାତ କରିଥିବା ସ୍ପଷ୍ଟ ହୋଇଛି । କିନ୍ତୁ ପରବର୍ତ୍ତୀ ମୁହୁର୍ତରେ ଉକ୍ତ ସୂଚନା ଫଳକରୁ ଲେଖାଟିକୁ ଚିରି ଦେଇଥିବା ଜଣା ପଡ଼ିଛି । କମ୍ ସେତୁ ନିର୍ମାଣ କରି ଅଧିକ ଦର୍ଶାଇ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି ।ଏହା ଏକ ବଡ଼ ଧରଣର ଠକେଇ ହୋଇଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଲୋକଙ୍କ ସନ୍ଦେହ ଦୂର କରିବା ସହ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାଵୀ ହେଉଛି ।ଅନ୍ୟପଟେ ଗବଜୋର ପଟର ଅପ୍ରୋଚ୍ ରାସ୍ତା ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଲଗାଣ ବର୍ଷା ଓ ବନ୍ୟାରେ ପାଣି ପୋଲକୁ ଯିବା ରାସ୍ତାଟି ବିଚ୍ଛିନ୍ନ ହୋଇପଡିଛି ।ଏହି ପୋଲ ଉପରେ ମୁଖ୍ୟତଃ ୧୦ଟି ପଞ୍ଚାୟତର ଲୋକମାନେ ଯାତାୟତ ପାଇଁ ନିର୍ଭର କରିଥାନ୍ତି ।ଏହି ପୋଲ ନିର୍ମାଣ ହେତୁ ବଲାଙ୍ଗୀର,ସମ୍ବଲପୁର,ବରଗଡ ପ୍ରମୁଖ ସହରକୁ ସହଜରେ ଯିବା ଆସିବା କରିହେବ ବୋଲି ଅଞ୍ଚଳବାସୀ କହିଛନ୍ତି । ଭୁଲରେ ୬୧୩ ମିଟର ସ୍ଥାନରେ ଭୁଲରେ ୯୧୩ ମିଟର ଲେଖା ହୋଇଯାଇଛି ।ଯଦି ଜନଗହଳି ପୂର୍ଣ୍ଣ ରାସ୍ତାରେ ବିଭାଗୀୟ ଅଧିକାରୀ ଏପରି ଭୁଲ ଲେଖିଦେଇ ପରବର୍ତ୍ତୀ ସମୟରେ ସ୍ବୀକାର କରୁଛନ୍ତି ତାହେଲେ ଏହି ଅଧିକାରୀ ମାନଙ୍କ କାଗଜ କଲମ କଣ କହୁଥିବ ତାହା ତଦନ୍ତ ହେବା ଆବଶ୍ୟକ ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق