BREAKING
Loading...
:

ଗଣିଆ ଘରୋଇ ମୋଟର କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

 ଗଣିଆ ଘରୋଇ ମୋଟର କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ



ଗଣିଆ ( ମଣିଭଦ୍ରା ଖବର) ଗଣିଆରେ ଥିବା ଘରୋଇ ମୋଟର କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ଆକାଶ ଢ଼ାବା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂର୍ବତନ ସଭାପତି ପବିତ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାପତି ସଂଘର ଆୟବ୍ୟୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବିବରଣୀ ପ୍ରଦାନ କରିଥିଲେ । ଅସୁସ୍ଥତା କାରଣରୁ ସଭାପତି ସମୟ ଦେଖିପାରୁନଥିବା କାରଣରୁ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ନୂତନ ସଭାପତି ଭାବେ ରମାକାନ୍ତ ରାଉତ, ସମ୍ପାଦକ ଭାବେ ପ୍ରକାଶ କୁମାର ସାହୁ, ଉପସଭାପତି ସନ୍ତୋଷ କୁମାର ନାୟକ, ସହ ସମ୍ପାଦକ ଗୋଲେଖ ଚନ୍ଦ୍ର ମାହୁନ୍ତ, କୋଷାଧ୍ୟକ୍ଷ ପ୍ରକାଶ କୁମାର ସାହୁ, ଉପଦେଷ୍ଟା ଭାବେ ବୈକୁଣ୍ଠନାଥ ମିଶ୍ରଙ୍କୁ ଚୟନ କରାଯାଇଥିଲା । ନୂତନ ସଭାପତି ଏବଂ ସମ୍ପାଦକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ସମସ୍ତ ନିୟମ ତଥା ସଦସ୍ୟଙ୍କ ସହଯୋଗରେ ସଂଘକୁ ଆଗକୁ ନେବାକୁ ଚେଷ୍ଟା କରିବେ ବୋଲି ନୂତନ ସଭାପତି ପ୍ରକାଶ କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS