BREAKING
Loading...
:

ପଲଶାଗୋରା ଉଚ୍ଚ ବିଦ୍ୟାଳୟ ରେ ଏଲ. ଆର. ପି. ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

 ପଲଶାଗୋରା ଉଚ୍ଚ ବିଦ୍ୟାଳୟ ରେ ଏଲ. ଆର. ପି. ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ 



 ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମିଳିତ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ରେ ଏଲ. ଆର. ପି. ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ତାଲିମ କେନ୍ଦ୍ର ରେ ପ୍ରଥମ ଦିନ 101 ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ତାଲିମ ଗ୍ରହଣ କରିଥିଲେ l ପଲଶାଗୋରା ମିଳିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପ୍ରଧାନ ତାଲିମ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଉଦ୍ଧବ ମହାଳିକ ଏଲ. ଆର. ପି. ର ଉଦ୍ଦେଶ୍ୟ ଓ ରୂପରେଖ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଏହି ତାଲିମ କାର୍ଯ୍ୟକ୍ରମ କୁ ତିନି ଜଣ ଆର. ପି. ପରିଚାଳନା କରିଥିଲେ ଏବଂ ସି ଆର ସି ସି ହୃଦାନନ୍ଦ ଦନ୍ତା, ନିରାକାର ସାହୁ  ଓ ରାଜେଶ ନାଏକ ପରିଚାଳନା ରେ ସହଯୋଗ କରିଥିଲେ l



 ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS