ବୌଦ୍ଧ ସ୍ୱତନ୍ତ୍ର କାରାଗାରରେ କୋଏଦୀ ଙ୍କ ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ l
ବୌଦ୍ଧ ଜିଲ୍ଲା( ମଣିଭଦ୍ରା ଖବର )ସ୍ୱତନ୍ତ୍ର ଉପ କାରାଗାର ରେ ଜଣେ କୋଏଦୀ ଗତକାଲି ମୃତ୍ୟୁ ବରଣ କରିଥିବା ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି l ଗତକାଲି କୌଣସି କାରଣ ରୁ ଜଣେ କୋଏଦୀଙ୍କ ମୃତ୍ୟୁ ହୋଇଯାଇଥିଲା l ଜେଲ କତୃପକ୍ଷ ସନ୍ଧ୍ୟା ୭ ଘଣ୍ଟା ସମୟରେ କୋଏଦୀଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନା ଆଣିଥିଲେ l ଡାକ୍ତର ତାଙ୍କୁ ପରୀକ୍ଷାନିରୀକ୍ଷା କରିବା ପରେ ମୃତ୍ୟୁ ଘୋଷଣା କରିଥିଲେ l ଖବର ପାଇ ଗଣ ପ୍ରତିନିଧି ମାନେ ରାତି ୧0 ଘଣ୍ଟିକା ସମୟରେ ବୌଦ୍ଧ ଡାକ୍ତରଖାନା ରେ ପହଞ୍ଚି ସେଠାରେ ମୃତ ଦେହ ନିକଟରେ ଥିବା ସହକାରୀ ଜେଲର ଙ୍କୁ ମୃତ୍ୟୁ ର କାରଣ ଓ ପରିଚୟ ପଚାରିଥିଲେ l ଜେଲ କତୃପକ୍ଷ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କୌଣସି ସୂଚନା ଦେବାକୁ ମନାକରିଥିଲେ l ମନାକରିଥିବାରୁ କିଛିସମୟ ଉତ୍ତେଜନା ପ୍ରକାଶ ପାଇଥିଲା l ଶେଷରେ ବୌଦ୍ଧ ପୋଲିସ ଓ ଜେଲ କତୃପକ୍ଷ ମିଶି ଶବ କୁ ଡାକ୍ତରଖାନା ବାରଣ୍ଡାରୁ ଆଣି ଶବ ସଂଗ୍ରହଣ ଘୃହରେ ରଖିଥିଲେ l ମୃତକଙ୍କ ଘର କଣ୍ଟlମାଳ ଅଞ୍ଚଳ ରେ ଓ ତାଙ୍କ ନାମ ଅରକ୍ଷିତ ସାହୁ ବୋଲି ଜଣାପଡିଛି l ଆଜି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯିବ l
ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ
Post a Comment