BREAKING
Loading...
:

ଶିକ୍ଷାବିଭାଗର ଵିଚିତ୍ର ନୀତି ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାର,

 ଶିକ୍ଷାବିଭାଗର ଵିଚିତ୍ର ନୀତି ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାର,





 ଦଶପଲ୍ଲା (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକେରା ଠାରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢାଯାଇଥାଏ। ଯାହାକୁ ନେଇ ଗୁରୁ–ଶିଷ୍ୟର ସମ୍ପର୍କ ଅତୁଳନୀୟ। ଯାହାକୁ ନେଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷାଦାନ ପାଇଁ ଅଭିଜ୍ଞ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉଛି। ନିଯୁକ୍ତି ପୂର୍ବରୁ ଶିକ୍ଷକଙ୍କ ଉପଯୁକ୍ତ ପ୍ରମାଣପତ୍ର ବା ମାନଦଣ୍ତ ନିରୂପଣ କରାଯାଇଥାଏ, ଯେଉଁ ବ୍ୟକ୍ତି ଯୋଗ୍ୟ ବିବେଚିତ ହୁଅନ୍ତି ତାଙ୍କୁ ଶିକ୍ଷକ ଭଳି ଆସନରେ ନିଯୁକ୍ତି ଦିଆଯାଇଥାଏ। ହେଲେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏବେ ହିନ୍ଦି ପାଠ୍ୟକ୍ରମକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ। ନିଯୁକ୍ତି ମିଳିଥିବା ଶିକ୍ଷୟିତ୍ରୀଙ୍କୁ ହିନ୍ଦୀ ପଢାଇ ଆସୁନଥିବା ନେଇ ଛାତ୍ରଛାତ୍ରୀ ପ୍ରକାଶ କରିବା ସହ ଅଭିଭାବକଙ୍କୁ ଏନେଇ ଅବଗତ କରାଇଛନ୍ତି। ଉକ୍ତ ବିଦ୍ୟାଳୟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଶତାଧିକ ଛାତ୍ର ଅଧ୍ୟୟନ କରିବା ସହ ସ୍ଥାନୀୟ ଅଂଚଳର ବହୁ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଯାହାକି ଏବେ ଚିନ୍ତାର କାରଣ ପାଲଟିଛି। ହେଲେ ଏସମ୍ପର୍କରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଳମଣୀ ନାୟକ ଘଟଣାକୁ ମଧ୍ୟ ସ୍ବୀକାର କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଗତ ୨୧ ତାରିଖ ଠାରୁ ସୁକାନ୍ତୀ ଦେଈ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ମାତ୍ର ସେ ନିଜେ ହିନ୍ଦୀ ପଢାଇ ପାରୁନଥିବା ନେଇ ସ୍ବୀକାର କରିଛନ୍ତି। ସେ ପୂର୍ବରୁ ମାଟ୍ରନ ଥିବା ବେଳେ ସେଥିରୁ ପ୍ରୋମସନ୍ ପାଇପାଇ ଆସିଛନ୍ତି। ଯିଏ ନିଯୁକ୍ତି ଦେଇଛନ୍ତି ସେ ଏହା ଜଣିବା କଥା ଯେ ସେ ହାଇସ୍କୁଲରେ କିଭଳି ପାଠପଢାଇବେ। ହେଲେ ତାଙ୍କୁ କ୍ଲାସକୁ ଯିବା ପୂର୍ବରୁ ପ୍ରସ୍ତୁତ ହୋଇ ଯିବାକୁ କୁହାଯାଉଥିବା ବେଳେ ଏନେଇ କଣ କରାଯିବ ବୋଲି କହିଛନ୍ତି। ତେବେ ତୁରନ୍ତ ଏଦିଗରେ ଜିଲ୍ଲାପାଳ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି। 


ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋଟ ମଣି ଭଦ୍ରା ଖବର,

Post a Comment

Previous Post Next Post
Header ADS