BREAKING
Loading...
:

୫_ଟି ରୂପାନ୍ତରଣ କାର୍ଯ୍ୟକ୍ରମ, ଶିକ୍ଷକ _ଅଭିଭାବକ ବୈଠକ

 ୫_ଟି ରୂପାନ୍ତରଣ କାର୍ଯ୍ୟକ୍ରମ, ଶିକ୍ଷକ _ଅଭିଭାବକ ବୈଠକ




ଗଣିଆ ୧୦/୦୯(ମଣିଭଦ୍ରା ଖବର) ହାଇସ୍କୁଲ ମାନଙ୍କରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୫_ଟି ଯୋଜନା କାର୍ଯ୍ୟକାରୀ ହୋଇଛି ‌। ଏହି ଅବସରରେ ଶନିବାର ରାଜ୍ୟର ପ୍ରତ୍ୟେକ ୫_ଟି ରୂପାନ୍ତରିତ ବିଦ୍ୟାଳୟ ପରିସରରେ ଶିକ୍ଷକ ଏବଂ ଅଭିଭାବକ ମଧ୍ୟରେ ବୈଠକ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏହି ଅବସରରେ ଗଣିଆ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯାଇଥିବାରୁ ଅଭିଭାବକ ମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । କିନ୍ତୁ ଅନେକ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା,ପରିଶ୍ରା ଗାର,ଖେଳ ସାମଗ୍ରୀ ନଥିବାରୁ ଅଭିଭାବକ ମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ରାଜକିଶୋର ମହାରଣା, ସିଆରସିସି ପ୍ରମୋଦ କୁମାର ସ୍ବାଇଁ, ପ୍ରଶାନ୍ତ କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । 


ଦେବୀ ପ୍ରସାଦ ଦାଶ ଗଣିଆ ନୟାଗଡ 

Post a Comment

Previous Post Next Post
Header ADS