ଆରପାରିକୁ ଚାଲିଗଲେ ସାମ୍ବାଦିକ କିଶୋର ମହାପାତ୍ର
ନୟାଗଡ଼, ( ମଣିଭଦ୍ରା ଖବର): ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ବଡ଼ ଦୁଃଖଦ ଘଟଣା । ଆରପାରିକୁ ଚାଲିଗଲେ ସାମ୍ବାଦିକ କିଶୋର ମହାପାତ୍ର । ସେ ଜଣେ ଆଗଧାଡିର ସାମ୍ବାଦିକ ଭାବେ ଜିଲ୍ଲାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ହଠାତ୍ ବ୍ରେନ୍ ଷ୍ଟୋକରେ ପିଡୀତ ହୋଇଥିଲେ । ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ କିଶୋରଙ୍କ ଚିକିତ୍ସା ଚାଲିଥିଲା । ତେବେ ଶୁକ୍ରବାର ସନ୍ଧ୍ୟାରେ ଘରୋଇ ହସ୍ପିଟାଲରେ ସାମ୍ବାଦିକ କିଶୋରଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । କିଶୋରଙ୍କ ଦେହାନ୍ତ ଖବର ପ୍ରକାଶ ହେବା ପରେ ନୟାଗଡ଼ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ସାମ୍ବାଦିକ କିଶୋରଙ୍କ ଘର ନୟାଗଡ଼ ପୁରୁଣା ସହରର ମଙ୍ଗଳା ସାହିରେ । କିଶୋର ଦୀର୍ଘ ବର୍ଷ ଧରି ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିଆସୁଥିଲେ । ମଣିଭଦ୍ରା ଖବର ତରଫରୁ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି କାମନା କରୁଛୁ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment