ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟ ରେ ପୂର୍ବତନ ଛାତ୍ର ଛାତ୍ରୀ ଙ୍କ ର ଆଲୁମନୀ ମିଟ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ତା.21/08/22 ରେ ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କର ଆଲୁମନୀ ମିଟ ଅନୁଷ୍ଠିତ ହୋଇଯାଇଛି l ଜବାହାର ନବୋଦୟ ବିଦ୍ୟାଳୟ ସମ୍ବଲପୁର, ଫୁଲବାଣୀଓ ବୌଦ୍ଧ ର 50 ଜଣ ଛାତ୍ର ଛାତ୍ରୀ ଏହି ଉତ୍ସବ ରେ ଯୋଗଦାନ କରିଥିଲେ l ବୌଦ୍ଧ ( ପାଲଝର ) ନବୋଦୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଆଲୁମନୀ ଛାତ୍ର ଛାତ୍ରୀ ମାନଙ୍କୁ ଚନ୍ଦନ ଓ ପୁଷ୍ପଗୁଚ୍ଛ ଦେଇ ବିଦ୍ୟାଳୟ ପରିସରରେ ସ୍ୱାଗତ କରିଥିଲେ l ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଆଲୁମନୀ ଛାତ୍ର ଭାବରେ ଏହି ଉତ୍ସବ ରେ ଯୋଗଦାନ କରିଥିଲେ l ଆଲୁମନୀ ଛାତ୍ର ଛାତ୍ରୀ ମାନେ ପ୍ରତିଟି ଶ୍ରେଣୀ ଗୃହ କୁ ଯାଇ ଛାତ୍ର ଛାତ୍ରୀ ମାନଙ୍କ ମନୋବଳ ବଢାଇବା ସହ ଅନ୍ୟାନ୍ୟ ଖବର ପଚାରି ବୁଝିଥିଲେ l ଆଲୁମନୀ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବହୁଳ ପରିମାଣରେ ମୂଲ୍ୟବାନ ଓ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା l ଶ୍ରୀ ସୂର୍ଯ୍ୟକାନ୍ତ ପଣ୍ଡା ଓ ତାଙ୍କ ସାଥୀ ଏକାଦଶ ଓ ଦ୍ୱାଦଶ ଛାତ୍ର ଛାତ୍ରୀ ଙ୍କର career counselling କ୍ଲାସ ମଧ୍ୟ ନେଇଥିଲେ l ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟୋମି, ଭାଇସ ପ୍ରିନସିପାଲ ଶ୍ରୀଯୁକ୍ତ ସୁରେଶ କୁମାର ସାହୁତଥା ଅନ୍ୟାନ୍ୟ ଶିକ୍ଷକ ଓ କର୍ମକର୍ତ୍ତା ମାନଙ୍କ ସହ ଆଲୁମନୀ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l ବିଦ୍ୟାଳୟ ର ଲାଇବ୍ରେରୀ ରେ ଆଲୁମନୀ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଦିଆଯାଇଥିବା ପୁସ୍ତକ କୁ ସ୍ଥାନ ଦେବାପାଇଁ ଅନୁରୋଧ କରାଯାଇଥିଲା l ଭବିଷ୍ୟତ ରେ ଅନେକ ପାଠ୍ୟପଯୋଗୀ ପୁସ୍ତକ ଆଲୁମନୀ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା l ସମସ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ମାନେ ବିଦ୍ୟାଳୟ ର ଭୋଜନାଳୟରେ ମଧ୍ୟାହ୍ନ ଭୋଜନ ପରେ ଭୋଲି ବଲ ମ୍ୟାଚ ଓ କ୍ରିକେଟ ମ୍ୟାଚ ଖେଳିଥିଲେ l ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ତ୍ରିପାଠୀ, ବିବେକ କୁମାର, ଆଲୋକ ରଞ୍ଜନ ବେହେରା, ଅରବିନ୍ଦ କୁମାର ମିଶ୍ର, ଶିକ୍ଷକ ମାନଙ୍କ ତରଫରୁ ପ୍ରତିନିଧିତ୍ୱ କରିଥିଲେ l ଆଲୁମନୀ ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ରେ ବିଦ୍ୟାଳୟ ର ଉନ୍ନତି ଦିଗରେ ସହାୟତା ର ହାତ ବଢ଼ାଇବେ ବୋଲି ପ୍ରତିଶୃତି ଦେବା ସହ ଅଧ୍ୟକ୍ଷା ଙ୍କୁ ଧନ୍ୟବାଦ ଜଣାଇ ସନ୍ଧ୍ୟା ପାଞ୍ଚଟା ସମୟରେ ପ୍ରତ୍ୟାବର୍ତ୍ତନ କରିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق