ଜିଲ୍ଲା କଂଗ୍ରେସ ପକ୍ଷରୁ ମହଙ୍ଗାଇ ପର୍ ଚର୍ଚ୍ଚା l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବର୍ତ୍ତମାନ ସମଗ୍ର ଦେଶରେ ମହଙ୍ଗାଇ ଦୁର୍ବିସହ ହୋଇଯାଇଛି। ଆଚ୍ଛା ଦିନର ସ୍ୱପ୍ନ ଦେଖାଇ କେନ୍ଦ୍ର ର ମୋଦି ସରକାର ଭାରତବର୍ଷ ର କୋଟିକୋଟି ଗରୀବ ପରିବାରଙ୍କ ସ୍ୱପ୍ନ ସବୁକୁ ଚୁରମାର କରିଛି।ପ୍ରତିଶ୍ରୁତିକୁ ପାଶୋରି ପ୍ରତାରଣା କୁ ଆପଣେଇ ଥିବା ଏ ଅପରିଣାମ ଦର୍ଶୀ କେନ୍ଦ୍ର ସରକାର ର ଅର୍ଥନୈତିକ ନିଷ୍ପତ୍ତି ର ବିଷଫଳ ଏବେ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡୁଛି।ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଏବେ ଆକାଶଛୁଆଁ ହୋଇଛି ଏଣୁ ଏସଂପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ଆଜି ସୋନପୁର ର ସାପ୍ତାହିକ ମଙ୍ଗଳବାର ବଜାରରେ ଜିଲ୍ଲା କଂଗ୍ରେସ ସଭାପତି ଗୌରିଶ୍ୟାମ ପଣ୍ଡା ଙ୍କ ନେତୃତ୍ୱରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ ତଥା ଦରଦାମ ବୃଦ୍ଧି ର ଅନେକ ତୁଳନାତ୍ମକ ଚିତ୍ର ର ଏକ ପ୍ରଚାର ପତ୍ର ଜନସାଧାରଣ ଙ୍କ ମଧ୍ୟରେ ବାଣ୍ଟିଥିଲେ । ସେହିପରି ରାଜ୍ୟସରକାର ମଧ୍ୟ କେନ୍ଦ୍ର ସହ ମିଶିଥିବା କାରଣରୁ ଏ ଦରଦାମ ବୃଦ୍ଧିକୁ ଆନେକ ସମୟରେ ବିରୋଧନକରି ପ୍ରକାରାନ୍ତରେ ସହଯୋଗ କରୁଥିବା କାରଣକୁ ମଧ୍ୟ ନିନ୍ଦା କରିଥିଲେ। ଆଜିର ଏହି ମହଙ୍ଗାଇପର୍ ଚର୍ଚ୍ଚା କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଙ୍କ ସମେତ ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ଲିଗାଲ ସେଲ୍ ର ସୁଧିର ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ମାଧବ କୁମ୍ଭାର, ଶେଷଦେବ ମେହେର, ମହିଳା କଂଗ୍ରେସ ନେତ୍ରୀ ସୂର୍ଯ୍ୟ କାନ୍ତି ବାଘ, ଶତୃଘ୍ନ ଅମାତ, କୃଷ୍ଣ ଚନ୍ଦ୍ର ବାଘ,ରଂଜିତ ରାୟ,ରାଜେଶ ମିଶ୍ର, ଲକ୍ଷ୍ମଣ ସୁନା,ରାଜେନ୍ଦ୍ର ମେହେର,ସଚ୍ଚିଦାନନ୍ଦ ସାହୁ,ଇମ୍ରାନ ଖାଁ,ଯୋଗିନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق