ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁମରକେଳୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।ଭଜବଳପୁର ଗ୍ରାମର ଏକ ନବବିବାହିତ ଅନୁରୀ ମହାନନ୍ଦ ତିନିବର୍ଷ ତଳେ କୁମରକେଳୀ ଗ୍ରାମରେ ବିବାହ କରିଥିଲେ। ଶ୍ୱଶୁର ଘର କହିବା ମୁତାବକ ଆଜି ସିଏ ବିଦ୍ୟୁତ ଆଘାତ ରେ ମୃତ୍ୟୁ ବରଣ କରିଛନ୍ତି କିନ୍ତୁ ଝିଅର ଭାଇ ଶୀତଳ ମହାନନ୍ଦ ଙ୍କସ୍ଥାନୀୟ ଥାନାରେ ଲିଖିତ ରିପୋର୍ଟ ଅନୁସାରେ ତାଙ୍କର ଭ ଉଣୀକୁ ତାର ଶାଶୁଘର ଲୋକେ ହତ୍ୟା କରି ଘଟଣାକୁ ଚପାଇ ଦେବାପାଇଁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି।ଆଜି ଭଜବଳପୁର ଠାରେ ଉତ୍ତ୍ୟକ୍ତ ଲୋକମାନେ ସୋନପୁର ବୀରମହାରାଜପୁର ରାସ୍ତାରେ ଶବରଖି ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳକୁ ବୀରମହାରାଜପୁର ପୋଲିସ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରହିଛି।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق