କୋଶଳ ଜ୍ୟୋତିଜ୍ଞାନ ପଣ୍ଡିତ ମହାସଭା ତରଫରୁ ମହାସଂଘ ର କାର୍ଯ୍ୟକାରିଣୀ ବୈଠକ l
ସୁବର୍ଣ୍ଣପୁର( ମଣିଭଦ୍ରା ଖବର)ଗତକାଲି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ହିଲୁଙ୍ଗ ପଂଚାୟତ ଅନ୍ତର୍ଗତ ପଞ୍ଚମୁଖୀ ହନୁମାନ ବାଟିକା, ପଥର ଘାଟ ଠାରେ କୋଶଳ ଜ୍ୟୋତିଜ୍ଞାନ ପଣ୍ଡିତ ମହାସଭା ତରଫରୁ ମହାସଂଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଭାର ସଭାପତି ତଥା ବରିଷ୍ଠ ଜ୍ୟୋତିର୍ବିଦ ମେଡେନ କୁମାର ବିଶି ଙ୍କ ସଭାପତିତ୍ବ ରେ ସଭାପତି ବରିଷ୍ଠ ଜ୍ୟୋତିର୍ବିଦ ଗୁଣ ସାଗର ପଣ୍ଡା ବରିଷ୍ଠ ଜ୍ୟୋତିର୍ବିଦ ଯୋଗିନ୍ଦ୍ର ହୋତା ତଥା ବୀରମହାରାଜପୁର ବ୍ଲକ ର ବରିଷ୍ଟ କର୍ମକାଣ୍ଡି ପଣ୍ଡିତ ରାମକୃଷ୍ଣ ପଣ୍ଡା ପ୍ରମୁଖ ଜ୍ୟୋତିର୍ବିଦ ଓ କର୍ମକାଣ୍ଡି ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ମହାସଭାର ସମ୍ପାଦକ ପ୍ରକାଶ ପୁଝାରୀ ଉପସ୍ଥିତ ପଣ୍ଡିତ ମହାସଭା ର ପଣ୍ଡିତ ପରିଚୟ ପ୍ରଦାନ ପରେ ଏହି ଜ୍ୟୋତିଷି ବିଦ୍ୟା କିପରି ଆଗକୁ ଯିବ , ଏହାର ଗୁଢ଼ ରହସ୍ୟ ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟାନ୍ୟ ଲଗ୍ନ ,ନିର୍ଘଣ୍ଟ ତଥା ପୁରାତନ ଜ୍ୟୋତିଷ ଶାସ୍ତ୍ର ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା । ଏଥିରେ ଅଞ୍ଚଳର ବିଶିଷ୍ଟ ପଣ୍ଡିତ ଶ୍ରୀ ବନମାଳୀ ପୁରୋହିତ, କାମପାଳ ନାଏକ , ଅମରିଶ ଚାନ୍ଦ, ଚକ୍ରଧର ଚାନ୍ଦ, ଶିବ ନାରାୟଣ ପଣ୍ଡା, ଶମ୍ଭୁ ପ୍ରସାଦ ମଲିକ, ବଳରାମ ପୁରୋହିତ, ଲକ୍ଷ୍ମଣ ରଥ , ଗୌର ଚରଣ ରଥ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق